ଇସ୍ତଫା ଦେଲେ କଂଗ୍ରେସ ସାଂସଦ ସଂଜୟ ସିଂହ

କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହ ନିଜର ରାଜ୍ୟସଭା ସାଂସଦ ପଦରୁ ଏବଂ ପାର୍ଟିରୁ ଇସ୍ତାଫା ଦେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ରାଜ୍ୟସଭା ଉପସଭାପତି ହରିବଂଶ ଗୃହକୁ ଏ ବିଷୟରେ ଅବଗତ କରାଇଥିଲେ ।

ସଂଜୟ ସିଂହ ଆସନ୍ତାକାଲି ବିଜେପିରେ ସାମିଲ ହେବେ । ଏହା ସହ ତାଙ୍କ ଦ୍ୱିତୀୟ ପତ୍ନୀ ଅମିତା ସିଂହ ମଧ୍ୟ କଂଗ୍ରେସ ଛାଡିବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ସଂଜୟ ସିଂହଙ୍କ ପ୍ରଥମ ପତ୍ନୀ ଗରିମା ସିଂହ ଆମେଠୀରୁ ବିଜେପି ବିଧାୟକ ଅଛନ୍ତି । ଗତ ଲୋକସଭା ନିର୍ବାଚନରେ ସଂଜୟ ସିଂହ ସୁଲତାନପୁରରୁ ନିର୍ବାଚନ ଲଢିଥିଲେ, ଯେଉଁଠାରେ ସେ ବିଜେପିର ମେନକା ଗାନ୍ଧୀଙ୍କ ଠାରୁ ପରାସ୍ତ ହୋଇଥିଲେ ।

Related Posts