ଯୌତୁକ ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯୌତୁକ ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡାଦେଶ । ତେବେ ୨୦୧୨ ମସିହା ଫେବୃଆରୀ ୨୫ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କଳାଡ଼ିହ ଗାଁର ବ୍ରଜ କିଶୋର ଦାସ ତାଙ୍କ ସ୍ତ୍ରୀ ରଞ୍ଜିତାଙ୍କୁ କିରୋସିନ୍ ଢାଳି ପୋଡି ଦେଇଥିବା ଅଭିଯୋଗ ହୋଇଥିଲା ରଞ୍ଜିତାଙ୍କ ଭାଇ ପ୍ରଶାନ୍ତ ଦାସ ଏ ନେଇ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ରଞ୍ଜିତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ବ୍ରଜକିଶୋରଙ୍କ ସମେତ ତାର ଦୁଇ ସମ୍ପର୍କୀୟ ସରୋଜ ଦାସ ଓ ଖୁଲଣା ଦାସଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ।

ମାମଲାର ବିଚାର କରି ଅଭିଯୁକ୍ତ ସ୍ଵାମୀ ବ୍ରଜକିଶୋରକୁ ଜିଲ୍ଲା ଓ ଦୌରା ଜଜ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏହା ସହିତ ଅଭିଯୁକ୍ତକୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରିମାନା ଅନାଦେୟ ଅଧିକ ୬ ମାସ କାରାବାସ ପାଇଁ ନିର୍ଦ୍ଦେଶ ରହିଛି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ସରୋଜ ଦାସ ଓ ଖୁଲଣା ଦାସଙ୍କୁ ନିର୍ଦ୍ଦେଶରେ ଖଲାସ କରାଯାଇ ଥିବା ସରକାରୀ ଓକିଲ ମାନସ ରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

Related Posts