ଉଦ୍ଧବଙ୍କ ଗୋଷ୍ଠୀର ବହୁ ନେତା ଆମସହ ସମ୍ପର୍କରେ ଅଛନ୍ତି : ଏକନାଥ ସିନ୍ଦେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉଦ୍ଧବଙ୍କ ଗୋଷ୍ଠୀ ର ବହୁ ନେତା ତାଙ୍କ ସମ୍ପର୍କରେ ଥିବା ଦାବି କରିଛନ୍ତି ଏକନାଥ ସିନ୍ଦେ। ସୂଚନା ଅନୁସାରେ ସିନ୍ଦେଙ୍କ ଗୋଷ୍ଠୀର ବିଧାୟକ ସନ୍ତୋଷ ବଙ୍ଗରଙ୍କୁ ଉଦ୍ଧବ ଗତକାଲି ଦଳରୁ ବହିସ୍କାର କରିବା ପରେ ସେ ନିଜର ଶତାଧିକ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ସିନ୍ଦେଙ୍କ ସହ୍ୟଦ୍ରି ଗେଟ ବାସଭବନ ସମ୍ମୁଖରେ ଶକ୍ତି ପ୍ରଦର୍ଶନ କରିଥିଲେ। ପରେ ସିନ୍ଦେ ସେମାନଙ୍କୁ ସମ୍ବୋଧନ କରି କହିଛନ୍ତି ଏହା କୌଣସି ଶକ୍ତି ପ୍ରଦର୍ଶନ ନୁହେଁ, ବରଂ ଏହା ଆପଣଙ୍କ ଭଲପାଇବାକୁ ଦର୍ଶାଉଛି। ଆମେ ସନ୍ତୋଷ ବାଙ୍ଗର ଙ୍କୁ ବିକାଶ କାର୍ଯ୍ୟରେ ସାହାଯ୍ୟ କରିବୁ, ବିଜେପି ସହ ଆମର ମିଳିତ ସରକାର ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ସିନ୍ଦେ କହିଛନ୍ତି।

ସେପଟେ ଉଦ୍ଧବଙ୍କ ଦଳର ମୁଖପାତ୍ର ଶୀତଳ ମାତ୍ରେ ଗତକାଲି କିଛି ଶିବସେନା କର୍ମୀଙ୍କୁ ନେଇ ସିନ୍ଦେ କ୍ୟାମ୍ପରେ ସାମିଲ ହୋଇଛନ୍ତି। ଶୀତଳ ପୂର୍ବରୁ ମୁମ୍ବାଇ ମହାନଗର ପଳିକାର କର୍ପୋରେଟର ରହି ସାରିଛନ୍ତି। ଏହାପରେ ଆହୁରି ଅନେକ ଉଦ୍ଧବଙ୍କ ଗୋଷ୍ଠୀର ନେତା ତାଙ୍କ ସମ୍ପର୍କ ରେ ଥିବା ସିନ୍ଦେ ସୂଚନା ଦେଇଛନ୍ତି।

ତେବେ ଉଦ୍ଧବଙ୍କ ଗୋଷ୍ଠୀର ୧୨ଜଣ ସାଂସଦ ସିନ୍ଦେଙ୍କ ସହ ସମ୍ପର୍କରେ ଥିବା ଗତକାଲି କେନ୍ଦ୍ରମନ୍ତ୍ରୀ ରାଓସାହେବ୍ ଦାନଭେ କହିଥିଲେ। ଉଲ୍ଲେଖଯୋଗ୍ୟ ସିନ୍ଦେ ଗତମାସ ଶିବସେନା ରେ ବିଦ୍ରୋହ ଘୋଷଣା କରି ବିଜେପି ସହ ମିଶି ଜୁନ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ।

Related Posts