ଜିରୋ ରେଜଲ୍ଟ ଯୋଗୁଁ କଡା ପଦକ୍ଷେପ

ସତ୍ୟପାଠ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷାରେ ଫଳାଫଳ ଶୂନ କରିଥିବା କଲେଜ ଉପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ । ୯ଟି କଲେଜ ମଧ୍ୟରୁ ୬ଟିରେ ନାମ ଲେଖା ଉପରେ ରୋକ ଲଗାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏହାବାଦ ୩ଯି କଲେଜକୁ କାରଣଦର୍ଶାଅ ନୋଟିସ ଜାରୀ କରାଯାଇଛି ।

ଯୁକ୍ତ ଦୁଇ ପରୀକ୍ଷାରେ ଚଳିତବର୍ଷ ପାସ ହାର ୭୨.୩୩ ପ୍ରତିଶତ ଥିବା ବେଳେ ରାଜ୍ୟର ୯ଟି କଲେଜରେ ଜଣେ ହେଲେ ବି ପରୀକ୍ଷାର୍ଥୀ ପାସ କରି ନଥିଲେ । ଏହାକୁ ନେଇ ହୁଲସ୍ତୁଲ ହେବା ପରେ ବିଭାଗୀୟ ମନ୍ତ୍ରୀ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ୬ଟି କଲେଜରେ ନାମଲେଖା ଉପରେ ରୋକ ଲଗାଯାଇଛି । ବଲାଙ୍ଗୀରର ଶ୍ରୀ ଜଗନ୍ନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୟାଗଡ ଦଶପଲ୍ଲାର କେପିଡି ମହିଳା ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱରର ଏସଆରଏମସି ହାଇସ୍କୁଲ ଓ ନାନୋ ହାଇସ୍କୁଲ ପ୍ରମୁଖ ରହିଛି ।

Related Posts