ସୁପର ସନଡେର ସୁପର ମୁକାବିଲା : ଅଷ୍ଟ୍ରେଲିଆକୁ ଟକ୍କର ଦେବ ଭାରତ

ଆଜି ବିଶ୍ୱକପ ଟୁର୍ଣ୍ଣାମେଂଟରେ ଭାରତ ତାର ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଟିମକୁ ଭେଟିବ । ଲଣ୍ଡନର ଐତିହାସିକ ଓଭାଲ୍‌ ପଡ଼ିଆରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ଅପରାହ୍ଣ ୩ଟାରୁ ଆରମ୍ଭ ହେବ। ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ମ୍ୟାଚ ଜିତିବା ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ । କଙ୍ଗାରୁ ଦଳକୁ ମାତ ଦେବା ପାଇଁ କୋହଲି ବାହିନୀ ପ୍ରସ୍ତୁତ କରିଛି ରଣନୀତି । ବୋଲିଂରେ କିଏ ସମ୍ଭାଳିବ ଭାର ଏବଂ କେମିତି ହେବ ଜୋରଦାର ରନ ସଂଗ୍ରହ ସେଥିପାଇଁ ରଣକୌଶଳ ତିଆରି କରିଛି ଟିମ ଇଣ୍ଡିଆ । ଏପରିକି ସମ୍ଭାବ୍ୟ ୧୧ ଜଣିଆ ଦଳକୁ ନେଇ ମଧ୍ୟ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ଓଭାଲ ମ୍ୟାଚ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ହିଟ ମ୍ୟାନ ରୋହିତ ଶର୍ମା କହିଛନ୍ତି କଣ ରହିବ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ରଣନୀତି । ବୋଲିଂରେ କାହା ଉପରେ ନିର୍ଭର କରିବ ଦଳ । କଣ ରହିବ ବ୍ୟାଟିଂର ରଣନୀତି ଏନେଇ ରୋହିତ ତାଙ୍କ ମତ ରଖିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୧୨୨ରନର ଅପରାଜିତ ଇନିଂସ ଖେଳିଥିବା ରୋହିତ କହିଛନ୍ତି, ଅଷ୍ଟ୍ରେଲିଆ ବିପକ୍ଷ ମାଚରେ ଫୋକସରେ ରହିବ ତାଙ୍କ ବ୍ୟାଟିଂ । ସେ ତାଙ୍କ ନାଚୁରାଲ ଗେମ ଖେଳିବେ । ପୂର୍ବରୁ ଯଦିଓ ଅଷ୍ଟ୍ରଲିଆ ଓ ଇଣ୍ଡିଆ ପରସ୍ପର ବିପକ୍ଷରେ ପ୍ରତିଯୋଗିତପୂର୍ଣ୍ଣ ମ୍ୟାଚ ଖେଳିଛନ୍ତି କିନ୍ତୁ ମ୍ୟାଚ ଦିନର ଗୁରୁତ୍ୱ ରହିଛି । ମ୍ୟାଚ ଦିନ କିଏ କିପରି ଖେଳ ପ୍ରଦର୍ଶନ କରୁଛନ୍ତି ତାଉପରେ ନିର୍ଭର କରୁଛି ଜିତିବା କିମ୍ବା ହାରିବା ବୋଲି କହିଛନ୍ତି ରୋହିତ ଶର୍ମା ।

Related Posts