ନଖରାରୁ ଧରା ପଡିଲା ହତ୍ୟାକାରୀ ଭାଇ

ସତ୍ୟପାଠ ବ୍ୟୁରୋ : ବାଲିଅନ୍ତା ଅଟଳାଗଡା ହତ୍ୟାକାଣ୍ଡର ଅଭିଯୁକ୍ତକୁ ଗିରଫ କରିଛି ବାଲିଅନ୍ତା ଥାନା ପୁଲିସ । ମୃତକ ପ୍ରିତମର ବଡଭାଇ ମାମୁନ ରାଉତରାୟ ହିଁ ହତ୍ୟାକାରୀ ବୋଲି ଚିହ୍ନଟ ହୋଇଛି । ଗତକାଲି ହତ୍ୟାକାଣ୍ଡ ସମୟର ଭିଜୁଆଲ ଗଣମାଧ୍ୟମରେ ପ୍ରସାରିତ ହେବା ପରେୂ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ ପାଇଁ ଜାଲ ବିଛାଇଥିଲା । ତାକୁ ନଖରାରୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଶୁକ୍ରବାର ବାଲିଅନ୍ତା ଥାନା ଅଟଳ ପଂଚଳମୁଖୀ ଆପାର୍ଟମେଣ୍ଟ ଗେଟ ପାଖରେ ସାନଭାଇ ପ୍ରିତମକୁ ବଡଭାଇ ମାମୁନ ଖଣ୍ଡାରେ ଗୋଡାଇ ଗୋଡାଇ ହାଣିଥିଲା । ପାଖରେ ଅନେକ ଲୋକ ଥିଲେ ବି ସମସ୍ତେ ଚୁପ ରହିଥିବା ବେଳେ ହତ୍ୟାକାରୀ ମାମୁନ ମୃତଦେହକୁ ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଫେରାର ହୋଇ ଯାଇଥିଲା । କେହି ଜଣେ ଏହାର ଭିଡିଓ ସୁଟିଂ କରି ଭାଇରାଲ କରିଥିଲେ । ସେହି ଆଧାରରେ ପୁଲିସ ଅଭିଯୁକ୍ତ ମାମୁନକୁ ଚିହ୍ନଟ କରିଥିଲା ।

Related Posts