ଫିଲ୍ମ ‘କାନ୍ତାରା’ ପାଇଁ ରିଷଭ ଶେଟ୍ଟୀଙ୍କୁ ଘରକୁ ଡ଼ାକି ସମ୍ମାନିତ କଲେ ଅଭିନେତା ରଜନୀକାନ୍ତ

ମୁମ୍ବାଇ: ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି ରିଷଭ ଶେଟ୍ଟୀଙ୍କ ଅଭିନୀତ ଫିଲ୍ମ ‘କାନ୍ତାରା’ । ଏବେ ସମସ୍ତଙ୍କ ମୁହଁରେ ଫିଲ୍ମ୍ ର ପ୍ରଶଂସା । ଫିଲ୍ମ୍ ରିଲିଜ୍ ହେବା ପରେ ଦର୍ଶକ ଢେର୍ ସାରା ଭଲପାଇବା ଦେଇଛନ୍ତି । ଏହି ଫିଲ୍ମ ସାରା ବିଶ୍ୱରେ ବହୁତ ପ୍ରଶଂସା ସାଉଁଟିବାରେ ଲାଗିଛି ।

ବଲିଉଡରୁ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଭେଟେରାନ ଅଭିନେତାମାନେ ମଧ୍ୟ ଏହି ଫିଲ୍ମକୁ ପ୍ରଶଂସା କରିଥିଲେ। ମହାନ ଅଭିନେତା ରଜନୀକାନ୍ତ ମଧ୍ୟ ‘କାନ୍ତାରା’ ଦେଖିବା ପରେ ରିଷଭ ଶେଟ୍ଟୀଙ୍କ ଜଣେ ବଡ଼ ପ୍ରଶଂସକ ହୋଇଛନ୍ତି। ନିକଟରେ ସେ ରିଷଭଙ୍କୁ ତାଙ୍କ ଘରକୁ ଡାକି ସମ୍ମାନିତ କରିଛନ୍ତି।

କେବଳ ଏତିକି ନୁହେଁ, ତାଙ୍କୁ ଏକ ମହଙ୍ଗା ସୁନା ଚେନ ଉପହାର ଦେଇଛନ୍ତି।

ରଜନୀକାନ୍ତଙ୍କ ସହ ତାଙ୍କର ସାକ୍ଷାତ ରିଷଭ କହିଛନ୍ତି, ମୁଁ ରଜନୀ ସାର୍‌ଙ୍କୁ ଭେଟିଥିଲି ଏବଂ ତାଙ୍କ ସହିତ ପ୍ରାୟ ଏକ ଘଣ୍ଟା ବିତାଇଥିଲି। ତାହା ମୋ ପାଇଁ ଏକ ଅଭୁଲା ମୁହୂର୍ତ୍ତ ଥିଲା। ଆମେ ଫିଲ୍ମର ପ୍ରତ୍ୟେକ ଦୃଶ୍ୟ ବିଷୟରେ ଆଲୋଚନା କରିଥିଲୁ। ରଜନୀକାନ୍ତ ୫୦ ବର୍ଷରେ ଥରେ ଏପରି ଫିଲ୍ମ ତିଆରି କରାଯାଏ ବୋଲି କହିଥିଲେ।

Related Posts