ଝିଅ ସହ ହସ୍ପିଟାଲରୁ ଘରକୁ ଫେରିଲେ ଅଭିନେତ୍ରୀ ଆଲିଆ ଭଟ୍ଟ

ମୁମ୍ଵାଇ : ଘରକୁ ଫେରିଲେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ। ନିକଟରେ ଝିଅକୁ ଜନ୍ମ ଦେଇଥିବା ଆଲିଆ ଝିଅ ଓ ସ୍ୱାମୀ ରଣବୀର କପୁର ଙ୍କ ସହ ଘରକୁ ଫେରିଛନ୍ତି । ପ୍ରଶଂସକମାନେ ତାଙ୍କ ଝିଅର ଝଲକ ଦେକିବାକୁ ଅପେକ୍ଷା କରିଛନ୍ତି। ନିକଟରେ ଖବର ଆସିଥିଲା କି ଡାକ୍ତରଖାନାରୁ ବାହାରି ଗଣମାଧ୍ୟମ ସାମ୍ନାକୁ ଆସିବେ ନାହିଁ । ​​

ସୋସିଆଲ ମିଡିଆରେ ଭାଇରାଲ୍‌ ସେମାନଙ୍କ ଝଲକ ଭାଇରାଲ୍‌ ହେବାରେ ଲାଗିଛି। ଫଟୋ ଏବଂ ଭିଡିଓକୁ ଦେଖିଲେ ଲାଗୁଛି ସେମାନ ମିଡିଆରୁ ନିଜ ଝିଅକୁ ଦୂରେଇ ରଖିବାକୁ ଚାହୁଁଛନ୍ତି। ରଣବୀର କାର ଝିଅକୁ ଧରି ତାଙ୍କ କୋଳରେ ଝିଅକୁ ଧରିକି ବସିଥିବା ବେଳେ ପାଖରେ ଆଲିଆ ବସିଛନ୍ତି। ଏହି ଫଟୋ ସ୍ପଷ୍ଟ ଭାବରେ ଦେଖାଯାଉ ନାହିଁ । କହିବାକୁ ଗଲେ ଆଲିଆ ଏବଂ ରଣବୀର ୧୪ ଏପ୍ରିଲ ୨୦୨୨ରେ ବିବାହ କରିଥିଲେ। ୨୭ ଜୁନ୍‌ରେ, ଆଲିଆ ଭଟ୍ଟ ପ୍ରଶଂସକଙ୍କ ସହ ଗର୍ଭଧାରଣର ଖୁସି ଖବର ସେୟାର କରିଥିଲେ।

ଆଲିଆଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ଆଲିଆ ରଣବୀର ସିଂଙ୍କ ସହ ଫିଲ୍ମ ‘ରକି ଅର ରାନୀ କି ପ୍ରେମ କାହାନି’ରେ ନଜର ଆସିବେ। ଅନ୍ୟପକ୍ଷରେ, ଆଲିଆ କ୍ୟାଟ୍ରିନା କୈଫ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ‘ଜୀ ଲେ ଜାରା’ରେ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ। ଏହି ସମସ୍ତ ପ୍ରୋଜେକ୍ଟ ବ୍ୟତୀତ ଆଲିଆ ଭଟ୍ଟଙ୍କୁ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ ସହ ଏସ୍ ରାଜାମୌଲିଙ୍କ ଫିଲ୍ମ SSMB29 ମଧ୍ୟ ନଜର ଆସିବେ

Related Posts