ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଅଭିଯୋଗ ମାମଲା: ପୋଲିସର କାର୍ଯ୍ୟାନୁଷ୍ଠନ ସମ୍ପର୍କିତ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପରିବାର ପକ୍ଷରୁ ଦିଆ ଯାଇଥିବା ଏତଲା ସମ୍ପର୍କିତ କାର୍ଯ୍ୟାନୁଷ୍ଠନ ତଥା ଘଟଣା ସମ୍ପର୍କିତ କଣ ଅଧିକ ତଥ୍ୟ ରହିଛି ସେ ସମସ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ହାଇକୋର୍ଟ ମଙ୍ଗଳବାର ସରକାରୀ ଓକିଲଙ୍କୁ ନିର୍ଦେଶ ଦେଇଛନ୍ତି। ଅଗଷ୍ଟ ୨୯ରେ ପ୍ରକୃତିଙ୍କ ଦ୍ଵାରା ଦାୟର ହୋଇଥିବା ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଆଜି ତାରିଖ ଧାର୍ଯ୍ୟ ହୋଇଛି। ବଲିଉଡ୍ ଷ୍ଟାର ବାବୁଶାନଙ୍କ ପତ୍ନୀ ଓ ଶ୍ୱଶୁର ତାଙ୍କୁ ଆକ୍ରମଣ କରିଥିବା ନେଇ ଭୁବନେଶ୍ବର ଖାରବେଳ ନଗର ଥାନାରେ ଏତଲା ଦିଆ ଯାଇଥିଲା।

କିନ୍ତୁ ପୋଲିସ ସଠିକ୍ ଭାବେ ତଦନ୍ତ କରିନାହିଁ ଏବଂ ଆଇନତଃ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅଭିଯୋଗ କରି ପ୍ରକୃତି ହାଇକୋର୍ଟରେ ମାମଲା ଦାୟର କରିଛନ୍ତି। ପ୍ରକୃତିଙ୍କ ପରିବାର ପକ୍ଷରୁ ଗତ ଜୁଲାଇ ୨୩ରେ ଖାରବେଳ ନଗର ଥାନାରେ ଏତଲା ଦିଆ ଯାଇଥିଲା। ଏତଲା ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠନ ନେଇନଥିବାରୁ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଘଟଣାର ଏହାର ଯାଞ୍ଚ କରୁ ବୋଲି ପ୍ରାର୍ଥନା କରି ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ ଖାରବେଳ ନଗର ଥାନା ଆଇସିସି, ଭୁବନେଶ୍ୱର ଡିସିପି, ଡିଜିପି, ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

Related Posts