
ଆଧାର କାର୍ଡକୁ ନେଇ କେନ୍ଦ୍ର ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏବେ ବ୍ୟାଙ୍କରେ ଖାତା ଖୋଲିବା ଓ ମୋବାଇଲ ସିମ୍ କାର୍ଡ ନେବାପାଇଁ ଜରୁରୀ ନୁହେଁ ଆଧାରକାର୍ଡ । ଆଧାର ପରିଚୟପତ୍ର ଦେବେ କି ନାହିଁ ତାହା ସମ୍ପୂର୍ଣ୍ଣ ଭାବେ ଗ୍ରାହକଙ୍କ ଉପରେ ନିର୍ଭର କରେ । କୌଣସି ବ୍ୟାଙ୍କ ବା ଟେଲିକମ୍ କମ୍ପାନି ଏଥିପାଇଁ ଜୋର ଦେଇପାରିବେ ନାହିଁ ।
ଲୋକଙ୍କୁ ପରିଚୟପତ୍ର ଦେବା ପାଇଁ ଜବରଦସ୍ତି କଲେ ବ୍ୟାଙ୍କ ବା ଟେଲିକମ୍ କମ୍ପାନିଙ୍କୁ ଜରିମାନା ଦେବାକୁ ପଡ଼ିବ । ଏହି ଜରିମାନା କୋଟିଏ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ଏହାସହିତ କମ୍ପାନିଗୁଡ଼ିକୁ ୩ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ । ପ୍ରୋଭେସନ ଅଫ୍ ମନି ଲାଣ୍ଡିଂ ଆକ୍ଟ ଓ ଭାରତୀୟ ଟେଲିଗ୍ରାଫ୍ ଆକ୍ଟରେ ସଂଶୋଧନ କରି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।