ଆଧାର ସଂଯୋଗ ନ କଲେ ମିଳିବନି ଭତ୍ତା

ଭୁବନେଶ୍ୱର:ଏଣିକି ଆଧାର ନଥିଲେ ମିଳିବନି ଭତ୍ତା । ଆଧାର ସଂଯୋଗ କରି ନଥିଲେ ଏପ୍ରିଲ ପହିଲାରୁ ହିତାଧିକାରୀଙ୍କୁ ଭତ୍ତା ମନା ।

ଭତ୍ତା ପାଇଁ ଆଧାର ଲିଙ୍କ କରିବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ସାମାଜିକ ଓ ଭିନ୍ନକ୍ଷମ ଶାସକ୍ତିକରଣ ସଚିବ ଭାଷ୍କାର ଶର୍ମଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।

ମାର୍ଚ୍ଚ ୧୫ ସୁଦ୍ଧା ସମସ୍ତ ପେନସନଧାରଙ୍କୁ ଆଧାର ଲିଙ୍କ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ନ୍ୟାସନାଲ ସୋସିଆଲ ଆଶିଷ୍ଟାନ୍ସ ପ୍ରୋଗ୍ରାମ ଅନୁସାରେ ଆଧାର ଲିଙ୍କର ଡେଡଲାଇନ ଅକ୍ଟୋବର ୨୦୧୯ ଯାଏଁ ଥିଲା । ତେବେ ଏହାକୁ ପୁଣି ଥରେ ଏପ୍ରିଲ ଯାଏଁ ସମୟ ଦେଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ରାଜ୍ୟରେ ୪୯ଲକ୍ଷ ୨୪ହଜାର ୧୯୧ଜଣଙ୍କୁ ମିଳୁଛି ଭତ୍ତା । ସେଥିରୁ ୩୯ଲକ୍ଷ ୫ହଜାର ୯୭୫ଜଣଙ୍କର ଆଧାର ଲିଙ୍କ ହୋଇଛି । ସେଥିରୁ ୩୫ଲକ୍ଷ ୪୩ହଜାର ୩୫୮ଜଣଙ୍କର ଆଧାର ଯାଞ୍ଚ ହୋଇସାରିଛି । ତେବେ ବେକଳ ୯ଲକ୍ଷ ୯୦ହଜାର ୭୮୫ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ହୋଇଛି ।

Related Posts