ନୂଆବର୍ଷରେ ଆସିଲା ଦୁଃଖଦ ଖବର; ଜମ୍ମୁ ଓ କଶ୍ମୀରର ନୌଶେରାରେ ଏନ୍‌କାଉଣ୍ଟର୍‌: ଦୁଇ ଯବାନ ସହିଦ

2020କୁ ସ୍ୱାଗତ କରିବା ପାଇଁ ସମଗ୍ର ଦେଶ ଉତ୍ସବ ମୁଖର ହୋଇପଡିଥିବା ବେଳେ  ଜମ୍ମୁ କାଶ୍ମୀରରୁ ଆସିଛି ଏକ ଦୁଃଖଦ ଖବର । ବୁଧବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ରାଜୌରି ଜିଲ୍ଲା ଅନ୍ତର୍ଗତ ନୌସେରା ଅଞ୍ଚଳର ନିୟନ୍ତ୍ରଣ ରେଖା ଠାରେ ନିରାପତ୍ତା ବଳ ଓ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଚାଲିଥିବା ଭୟାବହ ଗୁଳି ବିନିମୟ ଘଟଣାରେ ସେନାବହିନୀର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି ।

କିଛି ଦିନ ହେବ ଜମ୍ମୁ କାଶ୍ମୀର ଅଞ୍ଚଳରେ ପ୍ରବଳ ଶୀତ ଲାଗି ରହିଥିବାରୁ ସେହି ମୌକାରେ ପାକିସ୍ତାନ ପଟରୁ କିଛି ଆତଙ୍କବାଦୀ LOC ଅତିକ୍ରମ କରି ଭାରତ ମଧ୍ୟକୁ ପ୍ରବେଶ କରିଥିବା ଜଣାପଡିଛି । ଗତକାଲି ସ୍ଥାନୀୟ ଅଞ୍ଚଳରେ କିଛି ସନ୍ଦେହଜନକ ଗତିବିଧୀ ହେଉଥିବେ ନେଇ ସ୍ଥାନୀୟ ଅଦିବାସୀ ପକ୍ଷରୁ ସେନାକୁ ସୂଚନା ଦିଆଯାଇଥିଲା । ସେନା ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ତଲାଶୀ ଅଭିଯାନ ଆରମ୍ଭ ହେବା ପରେ ହଠାତ ଆତଙ୍କବାଦୀଙ୍କ ପକ୍ଷରୁ ଅତର୍କିତ ଗୁଳିମାଡ କରାଯାଇଥିଲା । ଏହି ଗୁଳିମାଡରେ ଭାରତୀୟ ସେନାର ଦୁଇ ଯବାନ ଶହୀଦ ହୋଇଥିବା ଜଣାପଡିଛି ।

Related Posts