ବିମାନ ଉଡାଇଲେ, ଗୌରବ ଆଣିଲେ

ସତ୍ୟପାଠ ବ୍ୟୁରୋ : ବିମାନ ଉଡାଇଲେ ଓଡିଆ ଝିଅ । ପ୍ରଥମ ଆଦିବାସୀ ମହିଳା ପାଇଲଟ ଭାବେ ଏହି ଗୌରବ ଆଣିଛନ୍ତି ମାଲକାନିଗିରିର ଅନୁପ୍ରିୟା ଲାକ୍ରା । ଏକ ଘରୋଇ ଏୟାର ଲାଇନ୍ସରେ କୋ-ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି ପଛୁଆ ଜିଲ୍ଲାର ଆଗୁଆ ଝିଅ ଅନୁପ୍ରିୟା ।

ଓଡ଼ିଶା ପୁଲିସ୍‌ରେ ହାବିଲଦାର ଭାବେ କାର୍ଯ୍ୟରତ ମାରିନିୟସ ଲାକ୍ରା ଏବଂ ଜାମାନ୍ ୟାସମିନ୍ ଲାକ୍ରାଙ୍କ ଝିଅ ଅନୁପ୍ରିୟା। ସେ ମାଲକାନଗିରିରୁ ପାଠପଢିବା ପରେ ଭୁବନେଶ୍ୱରରେ ଇଂଜିନିୟରିଂ ପଢୁଥିଲେ। ମାତ୍ର ପାଇଲଟ ହେବା ନିଶାରେ ଇଂଜିନିୟରିଂ ଛାଡି ପାଇଲଟ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ ତାଲିମ ନେଇଥିଲେ। ପରେ ଦିଲ୍ଲୀ, ବାଙ୍ଗାଲୁର, ମୁମ୍ବାଇ ଭଳି ସ୍ଥାନରେ ପ୍ରବେଶିକା ପରୀକ୍ଷା ଦେବା ପରେ ୨୦୧୨ରୁ ସ୍ୱତନ୍ତ୍ର ତାଲିମ ଆରମ୍ଭ କରିଥିଲେ। ମାଲକାନଗିରିରୁ ପ୍ରଥମ ପାଇଲଟ୍ ହୋଇ ଅନୁପ୍ରିୟା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

Related Posts