“ବିକ୍ରମ”ର ସନ୍ଧାନ ମିଳିଛି-ଇସ୍ରୋ ମୁଖ୍ୟ

ସତ୍ୟପାଠ ବ୍ୟୁରୋ : ଚନ୍ଦ୍ରଯାନ-2ର ଲ୍ୟାଣ୍ଡର ବିକ୍ରର ସନ୍ଧାନ ମିଳିଥିବା ସୂଚନା ମିଳିଛି । ଚନ୍ଦ୍ର ପୃଷ୍ଠରୁ ଲ୍ୟାଣ୍ଡରର ସଠିକ ଲୋକେସନର ସନ୍ଧାନ ମିଳିଛି । ଅର୍ବିଟର ବିକ୍ରମ ଲ୍ୟାଣ୍ଡର ଗୋଟିଏ ଥର୍ମଲ ଫଟୋ ଉଠାଇଛି । ଇସ୍ରୋର ମୁଖ୍ୟ କେ.ଶିବନ ବିକ୍ରମର ପତ୍ତା ମିଳିଥିବା ସୂଚନା ଦେଇଛନ୍ତି । ଲ୍ୟାଣ୍ଡର “ବିକ୍ରମ”ର ଫଟୋ ଅର୍ବିଟରରୁ ମିଳିଥିବା ଶିବନ ସୂଚନା ଦେଇଛନ୍ତି । ମାତ୍ର ବର୍ତ୍ତମାନ ସୁଦ୍ଧା ବିକ୍ରମ ସହ ଯୋଗାଯୋଗ ହୋଇ ପାରିନାହିଁ । ବିକ୍ରମ ସହ ଯୋଗାଯୋଗ ଜାରି ରହିଥିବା ଶିବନ କହିଛନ୍ତି । ବିକ୍ରମ ସହ ଯୋଗାଯୋଗ ପାଇଁ ଚେଷ୍ଠା ଜାରି ରହିଛି ।

Related Posts