ବ୍ରହ୍ମପୁର ଏମକେସିଜି ମେଡିକାଲରେ ଇଞ୍ଜେକସନର ପାର୍ଶ୍ୱ ପ୍ରତିକ୍ରିୟା, ୨୧ ରୋଗୀ ଗୁରୁତର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରହ୍ମପୁର ଏମକେସିଜି ମେଡିକାଲରେ ଇଞ୍ଜେକସନର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଇଞ୍ଜେକସନ ନେବା ପରେ ୨୧ ରୋଗୀ ଅଧିକ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ଭିତରୁ କିଛି ଜଣଙ୍କୁ ଅକ୍ସିଜେନ ଦିଆଯାଇ ଅଧିକ ଚିକିତ୍ସା କରାଯାଉଛି । ଗ୍ୟାସଟ୍ରିକ ସମସ୍ୟାରେ ପୀଡିତ ହୋଇଥିବା ରୋଗୀମାନଙ୍କୁ ଆଜି ଏମକେସିଜିରେ ଇଞ୍ଜେକସନ ଦିଆଯାଇଥିଲା ।ହେଲେ ଏହି ଇଞ୍ଜେକସନ୍ ନେବା ପରେ ଜଣଙ୍କ ପରେ ଜଣେ ରୋଗୀଙ୍କ କ୍ଷେତ୍ରରେ ରିଆକ୍ସନର ପ୍ରଭାବ ଦେଖିବାକୁ ମିଳିଥିଲା ।ରୋଗୀଙ୍କର ଦେହ ଥରି ଉଠିବା ସହ କେତେ ଜଣଙ୍କର ବାନ୍ତି ଓ ମୁଣ୍ଡ ବୁଲାଇବାର ଅଭିଯୋଗ ଆସିଥିଲା ।

ଏହାକୁ ନେଇ ହସ୍ପିଟାଲ ପରିସରରେ ରୋଗୀ ଏବଂ ସଂପର୍କୀୟଙ୍କ ମଧ୍ୟରେ କିଛି ସମୟ ଧରି ଆତଙ୍କ ସୃଷ୍ଟି ହୋଇଥିଲ।। ହସ୍ପିଟାଲ କର୍ତୃପକ୍ଷ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ସାଧାରଣତଃ ଗ୍ୟାସଟ୍ରିକ ରୋଗୀଙ୍କୁ ଦିଆଯାଉଥିବା ଇଂଜେକସନରେ ପ୍ରତିିକ୍ରିୟା ରୁହେନି । ଏପରି ସ୍ଥିତିରେ କାହିଁକି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଭୁଲ ଇଞ୍ଜେକସନ କିମ୍ବା ଏକ୍ସପାଏରୀ ଇଞ୍ଜେକସନ ଦିଆଯାଇଥିବା ସନ୍ଦେହ କରାଯାଉଛି ।

Related Posts