ଭାରତରେ ଆଫଗାନିସ୍ତାନ ଦୂତାବାସଙ୍କ ହ୍ୟାକ ହେଲା ଟ୍ୱିଟର; ଦୂତାବାସ ପ୍ରେସ ସଚିବ

afgan

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ତାଲିବାନ ଦ୍ୱାରା ଆଫଗାନିସ୍ତାନର ସମ୍ପୂର୍ଣ୍ଣ ଦଖଲ ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନେକ ଦେଶ ନିଜ ନାଗରିକଙ୍କୁ ନିରାପଦରେ ସ୍ଥାନାନ୍ତର କରିବା ପାଇଁ ବିମାନ ଉଡାଣ ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଭାରତରେ ଆଫଗାନିସ୍ତାନ ଦୂତାବାସର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରାଯାଇଛି । ଏନେଇ ଦୂତାବାସର ପ୍ରେସ ସଚିବ ଅବଦୁଲ ହକ ଆଜାଦ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ମୁଁ ଲଗ ଇନ କରିବାକୁ ଚେଷ୍ଟା କଲି କିନ୍ତୁ ଏହାକୁ ଏକ୍ସେସ କରିବାରେ ଅସମର୍ଥ ରହିଲି । ଏହା ସହ ମୁଁ ଭାରତରେ ଆଫଗାନିସ୍ତାନ ଦୂତବାସର ଟ୍ୱିଟର ହ୍ୟାଣ୍ଡେଲର ଏକ୍ସିସ ହରାଇଛି । ଏନେଇ ଜଣେ ବନ୍ଧୁ ମୋତେ ଏହି ଟ୍ୱିଟର ସ୍କ୍ରିନସଟ ପଠାଇଛନ୍ତି । ଏପରିକି ମୁଁ ଏହାକୁ ବାରମ୍ବାର ଲଗଇନ କରିବା ପାଇଁ ଚେଷ୍ଟା କରିଥିଲି କିନ୍ତୁ ଏହାକୁ ଏକ୍ସିସ କରିବାରେ ଅସମର୍ଥ ହୋଇଥିଲି ବୋଲି ସେ ଟ୍ୱିଟ କରି କହିଥିଲେ । କେବଳ ଏତିକି ନୁହେଁ ବରଂ ଆକାଉଣ୍ଟ ହ୍ୟାକ୍ ହେବା ପରେ ରାଷ୍ଟ୍ରପତି ଆଶରଫ ଘାନିଙ୍କୁ ଏକ ବାର୍ତ୍ତା ଦିଆଯାଇଛି ।

ଯେଉଁଥିରେ ତାଙ୍କୁ ଗାଳି କରୁଥିବାର ଶୁଣିବାକୁ ମିଳିଛି । ହି ଟ୍ୱିଟରେ କୁହାଯାଇଛି ଯେ ଆମେ ସମସ୍ତେ କାନ୍ଥରେ ମୁଣ୍ଡ ପିଟୁଛୁ । ଆଶରଫ ଘାନି ତାଙ୍କ ଗୁଣ୍ଡା ସହିତ ଦେଶ ଛାଡି ପଳାୟନ କରିଛନ୍ତି । ସେ ସବୁକିଛି ନଷ୍ଟ କରିଦେଇଛନ୍ତି । ଏନେଇ ଆମେ ସମସ୍ତଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ଆମେ ଏପରି ଲୋଭନୀୟ ବ୍ୟକ୍ତିଙ୍କ ସେବା କରିଥିଲୁ । ଆଲ୍ଲା ଏପରି ଦେଶଦ୍ରୋହୀଙ୍କୁ ଦଣ୍ଡ ଦିଅନ୍ତୁ। ଅପରିପକ୍ଷେ ରାଷ୍ଟ୍ରପତି ଆଶରଫ ଘାନିଙ୍କ ଦେଶ ଛାଡିବା ନେଇ ଏକ ପୋଷ୍ଟ କରିବା ପରେ ସେ ପୁଣିଥରେ ଆଉ ଗୋଟେ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ କହିଛନ୍ତି ଦେଶରେ ରକ୍ତର ନଦୀ ବୋହିବା ପୂର୍ବରୁ ସେ ଦେଶବାସୀଙ୍କ ସ୍ୱାର୍ଥରେ ଦେଶ ଛାଡି ଚାଲିଯିବା ହିଁ ଠିକ ବୋଲି କହିଥିଲେ । କେବଳ ଏତିକି ନୁହେଁ ବରଂ ତାଲିବାନ ଖଣ୍ଡା ଏବଂ ବନ୍ଧୁକ ସହିତ ଜିତିଛି ଏବଂ ବର୍ତ୍ତମାନ ଦେଶବାସୀଙ୍କ ସମ୍ମାନ, ଧନ ଏବଂ ଆତ୍ମ ସମ୍ମାନ ରକ୍ଷା ପାଇଁ ସେମାନେ ଦାୟୀ ରହିବେ। ଇତିହାସ ଏପରି ଶକ୍ତି ଗ୍ରହଣ କରିନାହିଁ ବୋଲି ରାଷ୍ଟ୍ରପତି ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

ଏହା ସହ ତାଲିବାନ ପାଇଁ ଆଫଗାନିସ୍ତାନର ଦେଶର ସମସ୍ତ ଲୋକ, ଭଉଣୀ ଏବଂ ମହିଳାମାନଙ୍କ ବିଶ୍ୱାସ ସହିତ ହୃଦୟ ଜିତିବା ଦରକାର। ଯାହା ବି ଯୋଜନା ତାଲିବାନ କରୁଛି ତାକୁ ଲୋକଙ୍କ ସହ ସେୟାର କରିବା ଦରକାର ବୋଲି ଘନି ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି। ସେ ଏବେ ବି ଆଫଗାନିସ୍ତାନକୁ ଭଲ ପାଆନ୍ତି। ଆଫଗାନିସ୍ତାନବାସୀଙ୍କ ସେବା କରିବା ତାଙ୍କର ଉଦ୍ଦେଶ୍ୟ ରହିଛି ବୋଲି ଘନି କହିଛନ୍ତି। ଅନ୍ୟପଟେ ଦୀର୍ଘ ୨୦ ବର୍ଷ ପରେ ତାଲିବାନ ପୁଣିଥରେ ଆଫଗାନିସ୍ତାନକୁ ଅଧିକୃତ କରିଛି । ଏପରିକି ସେମାନେ ଦେଶର ରାଷ୍ଟ୍ରିୟ ଭବନକୁ ମଧ୍ୟ କାବୁ କରିସାରିଛନ୍ତି । ଏହା ସହ ରାଷ୍ଟ୍ରପତି ଆଶରଫ ଘାନି ତାଲିବାନକୁ କ୍ଷମତା ହସ୍ତାନ୍ତର କରିସାରିଥିବାର ସୂଚନା ମିଳିଛି ।

Related Posts