୧୨୦ ବର୍ଷ ପରେ କୋଣାର୍କ ମନ୍ଦିର ଗର୍ଭ ଗୃହରୁ କଢାଯିବ ବାଲି, ପ୍ରକ୍ରିୟା ଆରମ୍ଭ କଲା ଏଏସଆଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀର୍ଘ ୧୨୦ ବର୍ଷ ପରେ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭ ଗୃହ ମଧ୍ୟରୁ କଢାଯିବ ବାଲି । ବ୍ଲାକ ପାଗୋଡାର ସୁରକ୍ଷା ପାଇଁ ବାଲି କଢାଯିବା ଅତ୍ୟନ୍ତ ଜରୁରୀ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏଥିପାଇଁ ଅନୁମତି ଦେବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୂଣ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି। ତେବେ ବ୍ରିଟିଶ ସରକାର ସମୟରୁ ସୂର୍ଯ୍ୟମନ୍ଦିର ଗର୍ଭଗୃହରେ ବାଲି ରହିଛି । ଜଗମୋହନ ସୁରକ୍ଷା ପାଇଁ ୧୯୦୩ ମସିହାରୁ ମନ୍ଦିରର ୩ଦ୍ୱାର ଓ ଗର୍ଭଗୃହରେ ବାଲି ପୁରାଇ ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା ।

ବର୍ତ୍ତମାନ ୧୨୦ବର୍ଷ ପରେ ଏହି ବାଲି କଢା ଯିବା ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇଛି । ଏହା ପୂର୍ବରୁ କୋଣାର୍କ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯାଇଛି । ୨ରୁ ୩ ମାସ ଭିତରେ ୱାର୍କିଂ ପ୍ଲାଟଫର୍ମ ପ୍ରସ୍ତୁତ ହୋଇଯିବ । ଏହାରେ ପଶ୍ଚିମ ପଟେ ପିଢା ତଳୁ ଗାତ କରି ବାଲି ବାହାର କରାଯିବା କାମ ଆରମ୍ଭ ହେବ । ଆଗକୁ ଯେଉଁ ଆହ୍ୱାନ ସାମ୍ନାକୁ ଆସିବ ତାକୁ ଦେଖି କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ଏଏସଆଇ ଆଂଚଳିକ ମୁଖ୍ୟ ଅରୁଣ ମଲ୍ଲିକ କହିଛନ୍ତି ।

Related Posts