୫୦ ବର୍ଷ ପରେ ପୁଣି ଜହ୍ନରେ ଆମେରିକା; ଭାରତ ପରେ ଦ୍ଵିତୀୟ ଦେଶ ଭାବେ ଦକ୍ଷିଣ ମେରୁରେ ଓହ୍ଲାଇଲା

 ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ):  ୫୦ ବର୍ଷ ପରେ ପୁଣି ଜହ୍ନରେ ପହଞ୍ଚିଲା ଆମେରିକା । ଚନ୍ଦ୍ରପୃଷ୍ଠରେ ଓହ୍ଲାଇଲା ଆମେରିକାର ମହାକାଶ ଯାନ ଫାଲକାନ୍-୯ । ଭାରତର ଚନ୍ଦ୍ରଯାନ-୩ ଓହ୍ଲାଇଥିବା ନିକଟବର୍ତ୍ତୀ ସ୍ଥାନରେ ଓହ୍ଲାଇଛି । ୧୯୭୨ରେ ଆମେରିକାର ଆପୋଲୋ ମିଶନ ଚନ୍ଦ୍ରମାରେ ଓହ୍ଲାଇଥିଲା । ନିଲ୍ ଆମଷ୍ଟଙ୍ଗ ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲେ ।

ତେବେ ଏବେ ଆମେରିକାର ଓଡିସିୟସ୍ ବା ଓଡି ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି । ଏହା ୬ଟି ଗୋଡ଼ ଥିବା ରୋବଟ୍ ଲ୍ୟାଣ୍ଡରକୁ ବିକଶିତ କରିଛି ଏକ ଘରୋଇ କମ୍ପାନୀ ‘ସ୍ପେସ୍-ଏକ୍ସ’ ।

ଭାରତୀୟ ସମୟ ଶୁକ୍ରବାର ଭୋର୍ ୪ଟା ୩୦ ମିନିଟରେ ଚନ୍ଦ୍ରର ଅନ୍ଧାରିଆ ସ୍ଥାନ ଦକ୍ଷିଣ ମେରୁରେ ଓଡିସିୟସ୍ ଲ୍ୟାଣ଼୍ଡିଂ କରିଛି । ଦକ୍ଷିଣ ମେରୁ ଠାରୁ ୩୦୦କିଲୋମିଟର ଦୂରରେ ମାଲପାର୍ଟ-A ନାମକ ସ୍ଥାନରେ ଓହ୍ଲାଇଛି ଘରୋଇ ଲ୍ୟାଣ୍ଡର । ପୂର୍ବରୁ ଦକ୍ଷିଣ ମେରୁରେ ଓହ୍ଲାଇଥିଲା ଇସ୍ରୋର ବିକ୍ରମ ଲ୍ୟାଣ୍ଡର । ଏବେ ଏହି ସ୍ଥାନରେ ପହଞ୍ଚି ଆମେରିକା ଦ୍ବିତୀୟ ଦେଶ ହୋଇଛି ।

ଓଡିସିୟସ୍ ଲ୍ୟାଣ଼୍ଡିଂ କରିବା ପରେ ତୁରନ୍ତ ସ୍ପେସ୍ ସେଣ୍ଟରକୁ ସିଗନାଲ୍ ଦେଇଥିଲା । ମିଶନର ନିର୍ଦ୍ଦେଶକ ଡ. ଟିମ୍ କ୍ରେନ୍ କହିଛନ୍ତି, ହ୍ୟୁଷ୍ଟନ, ଓଡିସିୟସକୁ ନିଜର ନୂଆ ଘର ମିଳିଯାଇଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ସହଯୋଗରେ ଘରୋଇ କମ୍ପାନୀ ସ୍ପେସ୍-ଏକ୍ସ ଏହି ମିଶନକୁ ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ପହଞ୍ଚାଇଛି । ଅନ୍ୟଜଣେ ଅଧିକାରୀ କରିଛନ୍ତି, ଏହି ମିଶନ ବହୁ ମୁସ୍କିଲ୍ ଥିଲା, ହେଲେ ଏବେ ଆମେ ଚନ୍ଦ୍ରପୃଷ୍ଠରେ । ନାସାର ପ୍ରଶାସକ ବିଲ୍ ନେଲସନ ଏକ ଭିଡିଓ ସନ୍ଦେଶ ଜାରି କରି ସ୍ପେସ୍-ଏକ୍ସକୁ ଶୁଭେଚ୍ଛା ଜଣାଇଛନ୍ତି ।

Related Posts