କ୍ରିକେଟ ପରେ ଏବେ ବଡ ପରଦାରେ ନଜର ଆସିବେ ଭାରତର ତାରକା ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ

ମୁମ୍ବାଇ : ବର୍ତ୍ତମାନ ଆଇପିଏଲ୍ ୨୦୨୨ରେ ପଞ୍ଜାବ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରୁଥିବା ଭାରତର ତାରକା ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଏବେ ବଡ ପରଦାରେ ଆସିବେ ନଜର | ନିଜର ଦମଦାର ପ୍ରଦର୍ଶନ ପାଇଁ ବେଶ ଚର୍ଚା ସହ କ୍ରୀଡା ପ୍ରେମୀଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃତି କରିଥିବା ବେଳେ, ଏବେ ଦେଖାଇବେ ଅଭିନୟର ଯାଦୁ |

ଅନେକ ସମୟରେ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ସୋସିଆଲ୍‌ ମିଡିଆରେ ସେ ଖୁବ୍‌ ଆକ୍ଟିଭ୍‌ ରହି କିଛି ନା କିଛି ଫଟୋ ଭିଡିଓ ସେୟାର କରନ୍ତି | ହେଲେ ବର୍ତ୍ତମାନ ଆଉ ଏକ ଖବର ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ହାତରେ ଏକ ବଡ ପ୍ରୋଜେକ୍ଟ ଅଛି । କ୍ରିକେଟ୍ ଗ୍ରାଉଣ୍ଡ ପରେ ଏବେ ଗବର ବଡ ପରଦା ପାଇଁ ପ୍ରସ୍ତୁତ ହେଉଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶିଖର ଧୱନ ଖୁବ୍ ଶୀଘ୍ର ବଲିଉଡ୍‌ରେ କରିବେ ଡେବ୍ୟୁ । ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସେ ଏହି ଫିଲ୍ମର ସୁଟିଂ ଶେଷ କରିଛନ୍ତି। ହେଲେ ଫିଲ୍ମର ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଯେତେବେଳେ ସେ ଏହି ଅଫର ପାଇଲେ ସେତେବେଳେ ସେ ଖୁସିର ସୀମା ନଥିଲା।

ଶିଖର ଶିଖର ସବୁବେଳେ ଅଭିନେତ୍ରୀମାନଙ୍କୁ ସମ୍ମାନର କରିଆନ୍ତି। ଏହି ଚଳଚ୍ଚିତ୍ରରେ ଧାୱନଙ୍କ ଚରିତ୍ର ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ଫିଲ୍ମ ଚଳିତ ବର୍ଷ ମୁକ୍ତିଲାଭ କରିପାରେ ବୋଲି କୁହାଯାଉଛି। ବଡ ପରଦାରେ ଶିଖରଙ୍କ ଦମ୍‌ଦାର ଏଣ୍ଟ୍ରି ଦେଖିବା ପାଇଁ ଫ୍ୟାନ୍ସମାନେ ଉତ୍ସାହିତ ଅଛନ୍ତି ।

Related Posts