କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ଖାଦ୍ୟ ପରିବେଷଣ ଘଟଣା: ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଶିଖର ଧାୱନ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ସାହରନପୁରସ୍ଥିତ ଭୀମରାଓ ଆମ୍ବେଦକର ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ୧୬ ବର୍ଷରୁ କମ୍ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଅବସରରେ ଖେଳାଳିଙ୍କୁ ଶୌଚାଳୟରେ ଖାଦ୍ୟ ପରିବେଷଣ କରାଯାଇଥିଲା । ଯାହାର ଫଟୋ ଓ ଭିଡିଓ ପଦାକୁ ଆସିଥିଲା। ଏହାପ‌ରେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ନିଲମ୍ବନ କରାଯିବା ସହ ଖାଦ୍ୟ ପରିବେଷଣ କରିଥିବା ସଂସ୍ଥାକୁ କଳା ତାଲିକାଭୂକ୍ତ କରାଯାଇଥିଲା।

ଏହି ଖବର ଶୁଣିବା ପରେ ଭାରତୀୟ କ୍ରିକେଟର୍‌ ଶିଖର ଧାୱନ ଦୁଃଖ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ‘‘ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କବାଡ଼ି ଖେଳାଳିମାନଙ୍କୁ ଶୌଚାଳୟରେ ଖାଦ୍ୟ ପରିବେଷଣ ଦେଖି ମୁଁ ‌ମର୍ମାହତ। ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ୟୁପି ସରକାର ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରୁଛି।’’ବୋଲି ଧାୱନ ଟ୍ବିଟର୍‌ରେ ପ୍ରକାଶ କରିଛନ୍ତି

Related Posts