ବିଶ୍ୱକପ୍‌ ଖେଳିବା ଏବେ ମୋର ଟାର୍ଗେଟ, ସେଥିପାଇଁ ମୁଁ ନିଜକୁ ଫିଟ୍‌ ରଖୁଛି: ଶିଖର ଧାଓ୍ୱନ

ମୁମ୍ବାଇ : ଲିମିଟେଡ୍‌ ଓଭର କ୍ରିକଟ୍‌ ମ୍ୟାଚ୍‌ରେ ଲଗାତର ଭଲ ପ୍ରଦର୍ଶନ କରିଆସୁଛନ୍ତି ଶିଖର ଧାଓ୍ୱନ । ସେ ଲଗାତର ଭାବେ ନିଜ ଫର୍ମକୁ ଜାରି ରଖିଛନ୍ତି । ତେବେ ଏସବୁ ଭିତରେ ଶିଖର ଧାଓ୍ୱନ ବଡ଼ ବୟାନ ଦେଇଛନ୍ତି ।

ସେ କହିଛନ୍ତି ଯେ, ମୁଁ ନିଜକୁ ଭାଗ୍ୟଶାଳୀ ମାନୁଛି କି ମୋ କ୍ୟାରିୟର ଏତେ ଶାନ୍‌ଦାର ରହିଛି । ଯେତେବେଳେ ବି ମୋତେ ସୁଯୋଗ ମିଳିଛି । ମୁଁ ନିଜ ଯୋଗ୍ୟତା ଅନୁସାରେ ପ୍ରଦର୍ଶନ କରିଛି । ଏହାସହିତ ଯୁବ ଖେଳାଳିମାନଙ୍କ ସହ ନିଜର ଅନୁଭବ ବାଣ୍ଟିଛି । ଏବେ ମୋ କାନ୍ଧକୁ ନୂଆ ଦାୟିତ୍ୱ ଆସିଛି ।୨୦୨୩ରେ ହେବାକୁ ଥିବା କ୍ରିକେଟ୍‌ ବିଶ୍ୱକପ୍‌ (ଦିନିକିଆ) ପାଇଁ ନିଜକୁ ଫିଟ୍‌ ରଖୁଛି । ବିଶ୍ୱକପ୍‌ ଖେଳିବା ଏବେ ମୋର ଟାର୍ଗେଟ । ଏଥିଲାଗି ନିଜକୁ ଫିଟ୍‌ ରଖିବାକୁ ଚେଷ୍ଟା କରୁଛି ।

ତେବେ ୩୬ ବର୍ଷୀୟ ଧାଓ୍ୱନ ନିଜର ଶେଷ ଟି-୨୦ ଗତ ବର୍ଷ ଜୁଲାଇରେ ଖେଳିଥିଲେ । ତାଙ୍କୁ ଏହି ସୁଯୋଗ ସେତେବେଳେ ମିଳିଥିଲା କି ଯେତେବେଳେ ସିନିୟର ଟିମ୍‌ର ଅଧିକ ଖେଳାଳି ଇଂଲଣ୍ଡ ଗସ୍ତ ରହିଥିଲେ , ଆଉ ବାକି ଟିମ୍‌ ଶ୍ରୀଲଙ୍କାରେ ବିପକ୍ଷରେ ମ୍ୟାଚ୍‌ ଖେଳୁଥିଲା । ୨୦୧୮ରେ ଧାଓ୍ୱନ ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ ।

Related Posts