ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଡିଜେଲ-ପେଟ୍ରୋଲ ପରେ ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ । ତେବେ ୧୯କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୨ ଟଙ୍କା ବୃଦ୍ଧି ପାଇଛି, ଯାହା ଜାତୀୟ ରାଜଧାନୀ ଦିଲ୍ଲୀରେ ଏହାର ମୂଲ୍ୟ ୩୦୧୩.୫୦ ଟଙ୍କାକୁ ବୃଦ୍ଧି କରିଛି। କୋଲକାତାରେ ଏହା ୫୩ଟଙ୍କା ୫୦ ପଇସା ବୃଦ୍ଧି ପାଇ ୩୨୫୫ଟଙ୍କା ୫୦ରେ ପହଞ୍ଚିଛି।ଏକ ଛୋଟ ୫ କିଲୋଗ୍ରାମର ଏଫଟିଏଲ୍ ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୧ ଟଙ୍କା ବୃଦ୍ଧି କରାଯାଇଛି। ୧୪.୨ କିଲୋଗ୍ରାମର ରେଲୁ ଏଲପିଜି ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଥିବା ବେଳେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବିବାହରେ ବ୍ୟବହୃତ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବାହାର ଖାଇବା ଖର୍ଚ୍ଚ ବୃଦ୍ଧି କରିପାରେ।ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଆଜିଠାରୁ ଲାଗୁ ହୋଇଛି।
ଦିଲ୍ଲୀରେ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୨ ବୃଦ୍ଧି ପାଇଛି। ଫଳରେ ଏହାର ମୂଲ୍ୟ ୩୧୧୩ ଟଙ୍କା ୫୦ ପଇସା ହୋଇଛି। ୫ କିଲୋଗ୍ରାମର ଏକ ଛୋଟ ଏଫଟିଏଲ ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୧ ଟଙ୍କା ବୃଦ୍ଧି ପାଇଛି, ଯାହା ଫଳରେ ଦିଲ୍ଲୀରେ ଏହାର ମୂଲ୍ୟ ୮୨୧ ଟଙ୍କା ୫୦ ପଇସା ହୋଇଛି। କୋଲକାତାରେ, ମୂଲ୍ୟ ୫୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି, ଯାହା ଫଳରେ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୩,୨୫୫ ଟଙ୍କା ୫୦ ପଇସା ହୋଇଛି।
