“ରାହୁଲଙ୍କ ମୁହଁରେ କଳା ବୋଳିବି”

ଭୁବନେଶ୍ୱର- ଦଳରୁ ବହିଷ୍କୃତ ହେବା ପରେ ଶ୍ରୀକାନ୍ତ ଜେନାଙ୍କ ଟାର୍ଗେଟରେ ରାହୁଲ ଗାନ୍ଧୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲଙ୍କ ମୁଖା ଖୋଲିବେ ବୋଲି କହିଛନ୍ତି ଶ୍ରୀକାନ୍ତ । ୨୫ ତାରିଖରେ ରାହୁଲ ଓଡିଶା ଆସୁଥିବା ବେଳେ ସେହିଦିନ ହିଁ ଶ୍ରୀକାନ୍ତ କିଛି ଖୁଲାସା କରିବେ ବୋଲି କହିଛନ୍ତି । ଅବଶ୍ୟ ନିର୍ଦ୍ଦିଷ୍ଟ ଭାବେ କେଉଁ ତଥ୍ୟ ରଖିବେ ତାହା ଯଦିଓ ଜଣାପଡିନି କିନ୍ତୁ ଶ୍ରୀକାନ୍ତ କହିଛନ୍ତି ସେ ପ୍ରମାଣ ଦେବା ପରେ୨୫ ତାରିଖ ପରେ ରାହୁଲ ଗାନ୍ଧୀ ସାରା ଦେଶରେ କେଉଁଠି ମୁହଁ ଦେଖାଇ ପାରିବେ ନାହିଁ ।

ଡିସେମ୍ବର ୯ରେ ରାହୁଲଙ୍କୁ ଚିଠି ଲେଖିଥିଲେ ଶ୍ରୀକାନ୍ତ । କହିଥିଲେ ଓଡିଶାର ଜନ ସାଧାରଣ ଓ ଖଣିମାଫିଆଙ୍କ ଭିତରୁ ରାହୁଲ କାହା ସହ ରହିବେ । ହେଲେ ରାହୁଲ ଖଣି ମାଫିଆଙ୍କ ସହ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ଗତକାଲି ତାଙ୍କୁ ସେଥିପାଇଁ ବହିଷ୍କାର କରାଯାଇଥିବା କହିଛନ୍ତି ଶ୍ରୀକାନ୍ତ । ଖଣି ମାଫିଆ ଓ ନବୀନ ପଟ୍ଟନାୟକଙ୍କ ସହ ରାହୁଲ ଗାନ୍ଧୀଙ୍କ ମହାଗଠବନ୍ଧନ ହୋଇଛି ବୋଲି କହି ନିଶାନା ଫିଙ୍ଗିଛନ୍ତି ରାହୁଲଙ୍କ ଉପରକୁ ।

ରାହୁଲ ଗାନ୍ଧୀ ଚାହୁଁଛନ୍ତି ଓଡିଶାରେ ପଟ୍ଟନାୟକ ଶାସନ ଚାଲୁ । ଖଣିଚୋରୀ ହେଉ ପଛେ ଓଡିଶାର ଗରୀବି ଓ ବେକାରୀ ନହଟୁ । ସେଥିପାଇଁ ସେ ନବୀନ ପଟ୍ଟନାୟକଙ୍କ ପାଖରେ ନିଜକୁ ସମର୍ପଣ କରି ଦେଇଛନ୍ତି ବୋଲି ଶ୍ରୀକାନ୍ତ ଜେନା କହିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୫ ତାରିଖରେ କଣ ଏମିତି ଖୁଲାସା କରିବେ ଶ୍ରୀକାନ୍ତ । ୧୯୬୯ରୁ ଏଆଇସିସିରେ ସଭ୍ୟ ଥିବା ଶ୍ରୀକାନ୍ତ ପାଖରେ ରାହୁଲ ଗାନ୍ଧୀଙ୍କ ଲାକୁନାର କଣ ପ୍ରମାଣ ଥାଇପାରେ । ଯେଉଁ ଆଂଟରେ ସେ କହିଛନ୍ତି ତାଙ୍କ ପ୍ରମାଣ ପାଇବା ପରେ ରାହୁଲ ମୁହଁ ଦେଖାଇପାରିବେନି, ସେ ପ୍ରମାଣ ରାଜନୀତିକ ନା ବ୍ୟକ୍ତିଗତ । ସତରେ କଣ ରାହୁଲଙ୍କ ମୁହଁରେ କଳା ବୋଳି ପାରିବେ ଶ୍ରୀକାନ୍ତ । ନା କେବଳ ହାତୀ ପଁ ପଁ …. ଫୁସ୍ ……

Related Posts