କଠୋର ହେଲା କଂଗ୍ରେସ, ଶ୍ରୀକାନ୍ତ ଓ ସଗରିଆ ବହିଷ୍କୃତ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆ କଂଗ୍ରେସରୁ ବହିଷ୍କୃତ। ପ୍ରାଥମିକ ସଦସ୍ୟ ପଦରୁ ଉଭୟଙ୍କୁ ବହିଷ୍କୃତ କରାଯାଇଥିବା ନେଇ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଅନନ୍ତ ସେଠୀ ସୂଚନା ଦେଇଛନ୍ତି ।

ଏମାନଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଯଦିଓ କେବଳ ଶ୍ରୀକାନ୍ତଙ୍କୁ ଦଳରୁ ବାହାର କରିବା ପାଇଁ ଯୋଜନା ହୋଇଥିଲା ।

କିନ୍ତୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବାରମ୍ବାର ଟାର୍ଗେଟ କରି ଚର୍ଚ୍ଚାରେ ଥିବା ସଗରିଆଙ୍କୁ ଦଳରୁ କାଢିବା ପାଇଁ ମଧ୍ୟ ଦାବୀ ହୋଇଥିଲା । ଏନେଇ ଏଆଇସିସିକୁ ଚିଠି ଲେଖାଯାଇଥିବା ବେଳେ ସେଠାରୁ ଅନୁମୋଦନ କ୍ରମେ ଏହି ଦୁଇଜଣଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ସୂଚନା ଦିଆଯାଇଛି…।

Related Posts