ରାତି ୧୧ଟା ପର୍ଯ୍ୟନ୍ତ କାହା ପାଖରେ ଥିଲେ…..

ଭୁବନେଶ୍ୱର- ୧୯ ଜାନୁଆରୀ ୨୦୧୯ । ସମୟ ରାତି ୧୧ଟା । ହଠାତ ହ୍ୱାଟସଆପରେ ଘୁରି ବୁଲିଲା ମେସେଜ୍ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ସଗରିଆଙ୍କୁ ବହିଷ୍କାର କରିଛି କଂଗ୍ରେସ । ଆଉ ଆଜି ସାମ୍ବାଦିକ ସମ୍ମିଳନୀ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀକାନ୍ତ । ଓଡିଶାର ସ୍ୱାଭିମାନ ଓ ରାଜ୍ୟବାସୀଙ୍କ ଦୁଃଖ ଦୂର କରିବାକୁ ମହାସଂଗ୍ରାମ ଆରମ୍ଭ କରିବେ କହି ଶ୍ରୀକାନ୍ତ ଦେଇଛନ୍ତି ରଣହୁଙ୍କାର । କହିଛନ୍ତି ନିରଂଜନ ପଟ୍ଟନାୟକଙ୍କ ଭଳି ଖଣି ମାଫିଆ ଓ ନବୀନ ପଟ୍ଟନାୟକଙ୍କ ସହ ରହିବାକୁ ଚାହୁଁଛନ୍ତି ରାହୁଲ ଗାନ୍ଧୀ । ଏନେଇ ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି, ଶ୍ରୀକାନ୍ତ ବାବୁ ୧୯ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଆଉ କାହା ପାଖରେ ଥିଲେ କି ? ନା ରାତି ୧୧ଟା ପର୍ଯ୍ୟନ୍ତ କଂଗ୍ରେସ ଭବନ କେବଳ ଡାକ ଠିକଣା ଥିଲା କିନ୍ତୁ ସେ ଘର ବଦଳାଇ ସାରିଥିଲେ ?

ଶ୍ରୀକାନ୍ତ ବାବୁ ନିଜେ ସାମ୍ବାଦିକ ସମ୍ମଳିନୀରେ କହିଲେ ସେ ୧୯୬୯ରୁ କେନ୍ଦ୍ରାପଡା ଛାତ୍ର ସଂସଦର ସଭାପତି ଥିବା ବେଳେ ଏଆଇସିସିର ସଭ୍ୟ ହୋଇଥିଲେ । ଅର୍ଥାତ ସେ କଂଗ୍ରେସର ପୁରୁଖା ଲୋକ । ମଝିରେ କଣ ହୋଇଛି ତାହାକୁ ଯଦି ଛାଡି ଦିଆଯାଏ ତେବେ ମୋଟାମୋଟି ଭାବେ ଶ୍ରୀକାନ୍ତ କଂଗ୍ରେସ ପରିବାରର ଦୀର୍ଘ ଦିନର ସଦସ୍ୟ । ଏବେ ସେ କହୁଛନ୍ତି ଖଣି ମାଫିଆଙ୍କ ପାଖରେ ରହିବା ସମ୍ଭବ ନୁହେଁ । କିନ୍ତୁ ଏତେ ଦିନ କେମିତି ଦଳରେ ଥିଲେ ଶ୍ରୀକାନ୍ତ ।

file photo

କଂଗ୍ରେସ ମୁଖପାତ୍ର ଓମ ପ୍ରକାଶ ସାହୁ କହିଛନ୍ତି, ଶ୍ରୀକାନ୍ତ ବାବୁ ଖଣି ମାଫିଆ କହି ନିରଂଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଛନ୍ତି । କିନ୍ତୁ ସେଇ ନିରଂଜନ ପଟ୍ଟନାୟକ ଦୁଇ ଦୁଇ ଥର ପିସିସି ସଭାପତି ଥିବା ବେଳେ ନିଜ ଆଡୁ କେବେ ବି ଦଳ ଛାଡି ନାହାଁନ୍ତି ଶ୍ରୀକାନ୍ତ । ଜୟଦେବ ଜେନାଙ୍କ ପରେ ନିରଂଜନଙ୍କୁ ଦାୟିତ୍ୱ ମିଳିବା ବେଳେ ଶ୍ରୀକାନ୍ତ ଦଳରେ ଥିଲେ ଆଉ ଏବେ ଗତକାଲି ରାତି ୧୧ଟା ପର୍ଯ୍ୟନ୍ତ ବି ସେ ଦଳରେ ଥିଲେ । ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ, କେଉଁ ସ୍ୱାଭିମାନର କଥା କହୁଛନ୍ତି ଶ୍ରୀଯୁକ୍ତ ଜେନା । ଇସ୍ତାହାର କମିଟିରୁ ତାଙ୍କୁ ବାହାର କରିବା ପର୍ଯ୍ୟନ୍ତ ତ ସେ କେବେ ନିଜ ପଦବୀରୁ ଇସ୍ତଫା ଦେଇ ନାହାଁନ୍ତି । ଇସ୍ତାହାର କମିଟିର ମୁଖ୍ୟ ଛଡା ତାଙ୍କ ପାଖରେ ସେମିତି କିଛି ଗୁରୁତ୍ୱପୂର୍ଣ୍ଣ ପଦବୀ ନଥିଲା । ତଥାପି ସେ ସେତେବେଳେ ରାଗିକି ସବୁ ପଦବୀରୁ ଇସ୍ତଫା ଦେଇଥିଲେ ବି ଦଳରୁ ଇସ୍ତଫା ଦେଇ ନଥିଲେ ।

ଅବଶ୍ୟ ଆଜି ଏ ସମ୍ପର୍କିତ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀକାନ୍ତ ଜେନା କହିଥିଲେ , “ମୁଁ ସବୁ ପଦରୁ ଇସ୍ତଫା ଦେଇଥିଲି । ଦଳର କାମ ଥିଲା ମୋତେ ବାହାର କରିବା । ମୁଁ ନିଜ ଆଡୁ କାହିଁକି ଇସ୍ତଫା ଦେବି ।”

Related Posts