ରାହୁଲଙ୍କ ପରେ ନିର୍ବାଚନୀ ପ୍ରଚାର ବନ୍ଦ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଆଉ ନିର୍ବାଚନ ପ୍ରଚାର କରିବେ ନାହିଁ ବୋଲି ଟିଏମ୍‌ସି ନେତା ଡେରେକ୍ ଓବ୍ରଏନ୍ ଟୁଇଟ କରିଛନ୍ତି । ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ମମତା ବାନାର୍ଜୀ । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେ କଲୋକତାରେ ନିର୍ବାଚନୀ ପ୍ରଚାର କରିବେ ନାହିଁ । ବାକି ଜିଲ୍ଲା ଗୁଡିକରେ ୩୦ ମିନିଟ୍ ମଧ୍ୟରେ ତାଙ୍କର ପ୍ରଚାର ଶେଷ କରିବେ । ଗତ କାଲି କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କର ସମସ୍ତ ରାଲିକୁ ସ୍ଥଗିତ ଘୋଷଣା କରଥିଲେ । ଅନ୍ୟ ରାଜନୈତିକ ଦଳ ଓ ନେତାମାନଙ୍କୁ ନିଜର ରାଲି ସ୍ଥଗିତ ରଖିବା ବିଷୟରେ ଚିନ୍ତା କରିବା ଲାଗି କହିଥିଲେ । କରୋନା ସଂକ୍ରମଣ ହୁ ହୁ ହୋଇ ବ୍ୟାପୁଥିବାରୁ ରାଜ୍ୟର ବାକି ଥିବା ତିନୋଟି ପର୍ଯାାୟ ନିର୍ବାଚନକୁ ଗୋଟେ ଥରକେ ଶେଷ କରିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିସନକୁ ନିବେଦନ କରିଥିଲେ । କିନ୍ତୁ କରୋନାର ସଂକ୍ରମଣ ଦ୍ରୁତଗତିରେ ବଢି ଚାଲୁଥବା ବେଳେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେଉଛି । ଏଠାରେ ଚାଲିଥିବା ରାଲି ଓ ପ୍ରଚାରରେ କେହିବି ମାସ୍କ ନ ପିନ୍ଧିବା ସହ ସାମାଜିକ ଦୂରତାକୁ କୈଣସି ବ୍ୟକ୍ତି ମାନୁ ନଥିବାର ଚିତ୍ର ଦେଖିବାକୁ ମିଳଛି ।

Related Posts