ମତଦାନ ପରେ ନିଜ କାରରେ ଭୋଟ ବାକ୍ସକୁ ନେଇ ଯାଉଥିଲେ ପ୍ରଜାଇଡିଂ ଅଫିସର; ତାତିଲେ ଗାଁ ଲୋକେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମତଦାନ ପରେ ନିଜ କାରରେ ଭୋଟ ବାକ୍ସକୁ ନେଇ ଯାଉଥିଲେ ପ୍ରିଜାଇଡିଂ ଅଫିସର । ସେପଟେ ଗାଁ ଲୋକେ ଘେରିଯାଇ ପ୍ରିଜାଇଡିଂ କାରକୁ ଭାଙ୍ଗିଦେଇଛନ୍ତି । ଏପରି ଏକ ଘଟଣା ଦେଖିବା ପାଇଁ ମିଳିଛି ନୂଅପଡ଼ା ଜିଲ୍ଲାରେ । ସେପଟେ ଆଜି କୋମନା ବ୍ଲକ୍ ପାଏର ଗାଁ ୩ ନଂ ବୁଥ୍ରେ ମତଦାନ ହୋଇଥିଲା। ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଥିଲା। ଭୋଟରମାନେ ଶୃଙ୍ଖଳିତ ଭାବେ ଆସି ନିଜର ମତଦାନ ସାବ୍ୟସ୍ତ କରିଥିଲେ। ଅପରାହ୍ନ ଗୋଟଏ ବେଳେ ମତଦାନ ସରିବା ପରେ ପୋଲିଂ କର୍ମଚାରୀମାନେ ଆସିଥିବା ବସ୍ରେ ଯିବା ପାଇଁ ବାହାରି ଥିଲେ। ଏପରିକି ଭୋଟ୍ବାକ୍ସକୁ ବସ୍ରେ ରଖାଯାଇଥିଲା। ତେବେ ହଠାତ୍ କଣ ହେଲା, ପ୍ରିଜାଇଡିଂ ଅଫିସର ଆଣିଥିବା ନିଜ ଗାଡ଼ିରେ ଭୋଟ୍ ବାକ୍ସକୁ ନେଇ ଯାଉଥିଲେ। ଏ ସମ୍ପର୍କରେ ପାଏର ଗାଁର ଲୋକମାନେ ଜାଣିପାରି ପ୍ରିଜାଇଡିଂ ଅଫିସରଙ୍କ ଗାଡ଼ିକୁ ଘେରି ଯାଇଥିଲେ। କରରେ କାହିଁକି ଭୋଟ୍ ବାକ୍ସ ନେଇ ଯାଉଛ ବୋଲି ପଚାରିଥିଲେ। ଯାହାର ଉତ୍ତର ଦେପାରିନଥିଲେ ପ୍ରିଜାଇଡିଂ ଅଫିସର। ଏହା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଉତ୍ତ୍ୟକ୍ତ ଲୋକମାନେ ପ୍ରଜାଇଡିଂ ଅଫିସରଙ୍କ କାର ଭଙ୍ଗାରୁଜା କରିଥିଲେ। ମତଦାନ ସରିଥିଲେ ମଧ୍ୟ ପୋଲିଂ ପାର୍ଟିଂକୁ ଛାଡ଼ିନଥିଲେ ଲୋକେ। ଖବର ପାଇଁ କୋମନା ବିଡିଓ ଓ ନୂଆପଡ଼ା ଉପଜିଲ୍ଲାପାଳ ସେଠାରେ ପହଞ୍ଚିଥିଲେ। ଉଭୟ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍ରେ ଅଟଳ ରହିଛନ୍ତି। ପ୍ରିଜାଇଡିଂ ଅଫିସର କାହିଁକି ନିଜ ଗାଡ଼ିରେ ଭୋଟ୍ ବାକ୍ସ ନେଉଥିଲେ ବୋଲି ପ୍ରଶ୍ନ କରିଥିଲେ।

Related Posts