ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚୀନ୍ ଓ ପାକିସ୍ତାନ କରୁଛନ୍ତି ଭୟଙ୍କର ଷଡ଼ଯନ୍ତ୍ର । ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଦେଇ ଭାରତ ମଧ୍ୟକୁ ପାକିସ୍ତାନ ଓ ଚୀନ୍ ବାଂଲାଦେଶୀମାନଙ୍କୁ ଅନୁପ୍ରବେଶ କରାଉଛନ୍ତି ।
ଗୁରୁବାର ଏମିତି କହିଛନ୍ତି ସେନାଧ୍ୟକ୍ଷ ଜେନାରାଲ ବିପିନ ରାଓ୍ଵତ । ପଡ଼ୋଶୀଙ୍କର ଏହି କାରନାମା ଫଳରେ ଆସାମ ଓ ଅନ୍ୟ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ଅତି ଦ୍ରୁତ ଗତିରେ ବାଂଲାଦେଶୀ ମୁସଲିମାନଙ୍କ ସଂଖ୍ୟା ବଢିଚାଲିଛି ।
ଏହି ପ୍ରସଙ୍ଗରେ ଜେନେରାଲ୍ ରାୱତ୍ ବଦରୁଦ୍ଦିନ ଆଜମଲଙ୍କ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇୟୁଡିଏଫ)ର ଉଦାହରଣ ଦେଇଛନ୍ତି, କହିଛନ୍ତି ଏହି ଦଳ ଦେଶର ଅନ୍ୟ ରାଜନୈତିକ ଦଳ ଗୁ଼ଡ଼ିକ ତୁଳନାରେ ସର୍ବାଧିକ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଛି ।
୨୦୦୫ରେ ପ୍ରତିଷ୍ଠା ହୋଇଥିବା ଏହି ଦଳ ମୁସଲମାନଙ୍କ ଅଧିକାର ରକ୍ଷା ପାଇଁ ଲଢୁଥିବା ଦାବି କରୁଛି । ଏବେ ଏହି ଦଳର ୩ ଜଣ ସାଂସଦ ଓ ୭ ଜଣ ବିଧାୟକ ଅଛନ୍ତି । ଆସାମର କେତେକ ଜିଲ୍ଲାରେ ମୁସଲିମମାନେ ସଂଖ୍ୟାଗରିଷ୍ଠ ହୋଇସାରିଲେଣି, ଯାହାକି ଚିନ୍ତାର ବିଷୟ ବୋଲି କହିଛନ୍ତି ଜେନେରାଲ୍ ବିପିନ୍ ରାୱତ୍ ।
ଏହି ସମସ୍ୟାର ସମାଧାନ ପାଇଁ ସରକାର ବେଆଇନ ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବାହାରକୁ ପଠାଇବାର ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ । ସରକାର ମଧ୍ୟ ଜାତୀୟ ଜନସଂଖ୍ୟା ରେଜିଷ୍ଟର ଭଳି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ସେନାଧ୍ୟକ୍ଷ ।