ଜାମ୍ମୁ-କାମ୍ମୀରରେ ପୁଣି ବିଜେପି ନେତାଙ୍କ ଘରେ ଆକ୍ରମଣ

kasmir

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପୁଣି ଜାମ୍ମୁ-କାମ୍ମୀରର ରାଜୌରି ଠାରେ ଜଣେ ବିଜେପି ନେତାଙ୍କ ଘରେ ଆକ୍ରମଣ ହୋଇଛି । ତେବେ ବିଜେପି ନେତା ଯଶବୀର ସିଂହଙ୍କ ଘରେ ଗ୍ରେନେଡ ବିସ୍ପୋରଣ ହୋଇଥିଲା । ଯାହାଫଳରେ ତାଙ୍କର ଦୁଇ ବର୍ଷର ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଏହି ଘଟଣାଟି ହେବା ପଛରେ ଆତଙ୍କବାଦୀଙ୍କ ହାତ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏନେଇ ଅଧିକାରୀ ଜଣଙ୍କ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଅପରିପକ୍ଷରେ ଏହି ଆକ୍ରମଣକୁ ଜାମ୍ମୁ-କାଶ୍ମୀର ୟୁନିଟର ମୁଖ୍ୟ ରବିନ୍ଦର ରାଣା ତୀବ୍ର ନିନ୍ଦା କରିବା ସହ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସକୁ ନିବେଦନ କରିଛନ୍ତି । ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ କିଛି ଦୁର୍ବୃତ୍ତ ସନ୍ଧ୍ୟା ସମୟରେ ଛାତ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ ।

ଫଳରେ ଘଟଣାସ୍ଥରେ ହିଁ ନାବାଳକର ମୃତ୍ୟୁ ଘଟିଥିଲା । ବିସ୍ପୋରଣ ପରେ ସହରର ଅଧିକାଂଶ ସ୍ଥାନରେ ଦୋକାନ ବଜାର ବନ୍ଦ ହୋଇଯାଇଥିବାର ଦେଖିବା ପାଇଁ ମିଳିଥିଲା । ଅନ୍ୟପଟେ ଜାମ୍ମୁ-କାଶ୍ମୀରରେ ବିଜେପି ନେତାଙ୍କୁ ଆକ୍ରମଣ କରିବା କିଛି ନୂଆଁ କଥା ନୁହେଁ । ଏହା ପୂର୍ବରୁ ଅନନ୍ତନାଗ ଅଞ୍ଚଳରେ ବିଜେପି ନେତା ଗୁଲାମ ରସୁଲଙ୍କୁ ହତ୍ୟା କରାଯାଇଥିଲା । ଏପରିକି ତାଙ୍କ ପତ୍ନୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ସ୍ୱାଧୀନତା ଦିବସ ପୂର୍ବରୁ ଜାମ୍ମୁ-କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନରେ ଆକ୍ରମଣ କରୁଛନ୍ତି ।

Related Posts