RTOକୁ ଫେରିବେ ଏଜେଣ୍ଟ

ଆରଟିଓରେ ପୁଣି ସକ୍ରିୟ ହେବେ ଏଜେଣ୍ଟ । ଯେଉଁମାନଙ୍କୁ ପୋଲିସ ବିତାଡିତ କରିଥିଲା ସେମାନଙ୍କୁ ଥଇଥାନ କରିବେ ସରକାର । ଗିରଫ କରି କୋର୍ଟ ଚାଲାଣ କରିଥିବା ଏଜେଣ୍ଟଙ୍କୁ ଯୋଗାଇଦେବେ ଜୀବୀକା । ଯେଉଁ ଏଜେଣ୍ଟଙ୍କୁ ଦଲାଲ କହି ଆରଟିଓରୁ ହଟାଇଥିଲେ ସେମାନଙ୍କୁ ଥଇଥାନ କରିବ ପରିବହନ ନିଗମ । ଆରଟିଓରେ ଅଧିକ ସଂଖ୍ୟକ ଇ-କିଏସ୍‌କୋ ମେସିନ ଲଗାଇବା ସହ ଏଜେଣ୍ଟଙ୍କୁ ଥଇଥାନ କରିବାକୁ ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।  ଆରଟିଓରେ କାର୍ଯ୍ୟ କରୁଥିବା ଏଜେଣ୍ଟଙ୍କୁ ଚିହ୍ନଟ କରିବାକୁ ଦିଆଯାଇଛି ଦୁଇ ମାସ ସମୟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଥିବା ବେଳେ ଆରଟିଓ ଏଜେଣ୍ଟ କିନ୍ତୁ ବେଶ୍ ଖୁସି ଥିବା ଜଣାପଡ଼ିଛି ।

ନୂଆ ମୋଟର ଯାନ ଆଇନ ଲାଗୁ ପରେ ଆରଟିଓରେ ଏଜେଣ୍ଟଙ୍କ ଉପରେ ଚଡକ ପଡିଥିଲା । ଏଜେଣ୍ଟଙ୍କୁ ଆରଟିଓରୁ ହଟାଇବା ସହ କେତେକଙ୍କୁ ଗିରଫ କରିଥିଲା ପୋଲିସ। ଏବେ କିନ୍ତୁ ଆରଟିଓ ପରିସରରୁ ବ୍ରୋକର ହଟିବେ ନାହିଁ ବରଂ ଆବଶ୍ୟକ ମତେ ସେମାନଙ୍କୁ ଥଇଥାନ କରାଯିବ। ଅଧିକାଂଶ ଗ୍ରାହକଙ୍କ ମତରେ ବ୍ୟସ୍ତବହୁଳ ସହରୀ ଜୀବନ ପାଇଁ ବ୍ରୋକରମାନେ ଆବଶ୍ୟକ ଥିଲେ । ଅନେକ ଗ୍ରାହକ କମ୍ପ୍ୟୁଟର ବାବଦରେ ଅନଭିଜ୍ଞ ଥିବାରୁ ହାଇକୋର୍ଟଙ୍କ ଏଭଳି ନିଷ୍ପତିକୁ ସ୍ବାଗତ କରିଛନ୍ତି ଲୋକେ ।

Related Posts