ପ୍ରଧାନ ଶିକ୍ଷକଙ୍କ ନାଲିଆଖି: ଆଗ ପାଣି ବୁହ, ପରେ ପାଠ ପଢ଼ିବ

(ସତ୍ୟପାଠ ବ୍ୟୁରୋ) କେନ୍ଦୁଝର: ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ନାଲିଆଖି । ଆଗ ପାଣି ବୁହ, ପରେ ପାଠ ପଢ଼ିବ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବ୍ରାହ୍ମଣୀପାଳ ଏମ୍‌.ଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଏଭଳି ନାଲିଆଖି ବିରୋଧରେ ଶ୍ବର ଉତ୍ତୋଳନ କରିଛନ୍ତି 2 ଛାତ୍ର । କ୍ୟାମେରା ଆଗରେ ବଖାଣିଛନ୍ତି ପ୍ରଧାନ ଶିକ୍ଷକଙ୍କ ଧମକ ।

ସ୍କୁଲରେ ଛାତ୍ରଛୀତ୍ରୀଙ୍କୁ ପାଠପଢା ବ୍ୟତୀତ କୌଣସି ମାନସିକ କିମ୍ବା ଶାରିରୀକ ଚାପ ଶିକ୍ଷକ ଦେଇ ପାରିବେ ନାହିଁ ବୋଲି କଠୋର ନିୟମ ଥିବା ବେଳେ ଏସବୁକୁ ବେଖାତିର କରି ପ୍ରଧାନ ଶିକ୍ଷକ ସ୍କୁଲ ସମୟରେ ପିଲାଙ୍କୁ ପାଠ ପଢା ବଦଳରେ ପାଣି ବୋହିବାକୁ ନାଲିଆଖି ଦେଖାଉଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ବ୍ରହ୍ମଣିପାଳ ଏମ୍ଇ ସ୍କୁଲର 2 ଛାତ୍ର । ମନା କରିବା ସତ୍ତ୍ବେ ପ୍ରଧାନ ଶିକ୍ଷକ ଡରାଇ ଧମକାଇ ଜୋର ଜବରଦସ୍ତ ପାଣି ପାଇଁ ପଠାଉଥିବା ସେମାନେ ଅଭିଯୋଗ କରିଛନ୍ତି  । ସତ୍ୟପାଠ କ୍ୟାମେରା ଆଗରେ ଛାତ୍ର ବଖାଣିଛନ୍ତି ପ୍ରଧାନ ଶିକ୍ଷକଙ୍କ ମନମାନିର କାହାଣୀ ।

ସ୍କୁଲରେ ପିଲାଙ୍କ ପାଣି ପିଇବା ପାଇଁ ସରକାର ଆରମ୍ଭ କରିଛନ୍ତି ପାଣି ବେଲ୍‌ କାର୍ଯ୍ୟକ୍ରମ । ଏହାକୁ ନେଇ ଏବେ ବହୁତ ପ୍ରଚାର ପ୍ରସାର ମଧ୍ୟ କରାଯାଉଛି । ହେଲେ ହରିଚନ୍ଦନପୁର ବ୍ଲକର ବ୍ରାହ୍ମଣୀପାଳ ଏମ୍‌.ଇ ସ୍କୁଲର ଛାତ୍ରଛାତ୍ରୀମାନେ ସ୍କୁଲରେ ଥିବା ପାଣି ପିଉଥିବାବେଳେ ପ୍ରଧାନ ଶିକ୍ଷକଙ୍କ ପାଇଁ ସ୍କୁଲ ବାହାରେ ଏକ କିମି ଦୂରରେ ଥିବା ଜଣଙ୍କୁ ଘରୁ ପାଣି ଅଣାଯାଇଥାଏ । ଆଉ ଏଥିପାଇଁ ପିଲାଙ୍କୁ ପାଣି ଆଣିବାକୁ ମାଷ୍ଟ୍ରେ ଦେଉଛନ୍ତି ନିର୍ଦ୍ଦେଶ । ସ୍କୁଲ ନିକଟ ରାସ୍ତାରେ ଶତାଧିକ ଟ୍ରକ ଯା-ଆସ କରୁଥିବା ବେଳେ ସ୍କୁଲ ଆଓ୍ବାର ସମୟରେ ବିପଦପୂଣ୍ଣ  ଅବସ୍ଥାରେ ଏକ କିଲୋମିଟର ଦୂରକୁ ପାଣି ଆଣିବାକୁ ଯାଇଥାନ୍ତି ପିଲା । ପିଲାମାନେ ମନା କଲେ ସାର୍ ଦେଖାଉଛନ୍ତି ନିଲିଆଖି । ଏଠି ପ୍ରଶ୍ନ ଉଠୁଛି ଯଦି କୌଣସି ଅଘଟଣ ଘଟେ ତେବେ ସେଥିପାଇଁ କିଏ ହେବ ଦାୟୀ ।

‘ମୋ ସରକାର’ର 5-T ସାର୍‌ ବୋଧେ ଏହି ସାରଙ୍କ ଚାଲାକିକୁ ଜାଣିପାରିନାହାନ୍ତି ।

ଏଠି 5-ଟି ସାର୍‌ଙ୍କୁ ପ୍ରଶ୍ନ, ଏଭଳି ଶିକ୍ଷକଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ନିଆଯିବ ?

ପିଲାଙ୍କ ଜୀବନ ପ୍ରତି ବେଖାତିର ହୋଇ ଛାତ୍ରଛାତ୍ରୀଙ୍କୁ ନିଜ କାମରେ ଲଗାଉଥିବା ଏଭଳି ଶିକ୍ଷକଙ୍କୁ କି ଦଣ୍ଡ ଦେବେ 5-ଟି ସାର ?

ପାଠ ପଢ଼ା ଛାଡ଼ି ସ୍କୁଲରେ କାହିଁକି ପାଣି ବୋହୁଛନ୍ତି ଛାତ୍ରଛାତ୍ରୀ ?

ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରଧାନ ଶିକ୍ଷକ ନିଜ ଘରକୁ ଭଡ଼ାରେ ଲଗାଇ ସ୍କୁଲ ଭିତରେ ରହୁଥିବା ଜଣାପଡ଼ିଛି । ଶିକ୍ଷା ବ୍ୟବସ୍ଥାରେ ସ୍କୁଲ ଭିତରେ ଶିକ୍ଷକ ରହିବାର ବ୍ୟବସ୍ଥା ଅଛି କି ? ଯଦି ନାହିଁ ତେବେ ଏହି ପ୍ରଧାନ ଶିକ୍ଷକଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ?

Related Posts