‘ମୁଖ୍ୟ ଷଡ଼ଯନ୍ତ୍ରକାରୀ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ’

ପିପିଲି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ସହ ଜଷ୍ଟିସ୍‌ .କେ. ମହାନ୍ତି କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ।

ନିଜକୁ ସୁରକ୍ଷିତ ରଖିବାକୁ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀପଦରୁ ହଟାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ପିପିଲି ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଏହା ଯଥେଷ୍ଟ ନୁହେଁ । ମାମଲାରେ ଅଦାଲତରେ ବୟାନ ବଦଳାଇଥିବା ଦୁଇ ଜଣ ବ୍ୟକ୍ତି ଧରଣୀଧର ସାହୁ ଏବଂ ଯୁଧିଷ୍ଠିର ସ୍ୱାଇଁ ଏବେ ସୁଧା ନିଜର ପଦବୀ ‘ଆତ୍ମା’ର ଅଧ୍ୟକ୍ଷ ଏବଂ ପିପିଲି ବ୍ଲକ୍‌ ଉପାଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇନାହାନ୍ତି ।

ଏସବୁକୁ ଦେଖିଲେ ପିପିଲି ମାମଲାରେ ଶାସକ ବିଜୁ ଜନତା ଦଳର ସନ୍ଦେହଜନକ ଭୂମିକା ପଦାକୁ ଆସିଥିବାବେଳେ ପୁରା ଘଟଣାରେ ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବ ରହିଛନ୍ତି । ପିପିଲି ଗଣଦୁଷ୍କର୍ମ ମାମଲାରେ ସିଧା ସଳଖ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିବା ସହିତ ମୁଖ୍ୟମନ୍ତ୍ରୀ ଏବଂ ଗୃହ ବିଭାଗ ଦାୟିତ୍ୱରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ।

ପିପିଲି ମାମଲାରେ ଗଠିତ ଜଷ୍ଟିସ୍ ପି.କେ. ମହାନ୍ତି କମିଶନ ୨୦୧୬ ମସିହାରୁ ତଦନ୍ତ ରିପୋର୍ଟ ଦେଇସାରିଥିଲେ ବି ଏ ଯାଏଁ ତାକୁ ସାର୍ବଜନୀନ କରାଯାଇନାହିଁ । ତେଣୁ ତୁରନ୍ତ ଏହାକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ଦାବି କରିଛନ୍ତି ସତ୍ୟପ୍ରକାଶ । କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଥିଲେ ପିପିଲି ଜୁଡିସିଆଲ କମିଶନଙ୍କ ନିକଟରେ ଗୃହ ସଚିବ ସତ୍ୟପାଠ ଦାଖଲ କରି କରିଥିଲେ, ଏଥିରେ କୁହାଯାଇଥିଲା ତତ୍କାଳୀନ ଥାନା ଅଧିକାରୀ ଅମୂଲ୍ୟ ଚମ୍ପତିରାୟଙ୍କ କର୍ତବ୍ୟରେ ଅବହେଳା ଯୋଗୁ ସମଗ୍ର ରାଜ୍ୟରେ ପୋଲିସର ଭାବମୂର୍ତି ସାଧାରଣ ଲୋକଙ୍କ ସାମ୍ନାରେ କ୍ଷୂର୍ଣ୍ଣ ହୋଇଥିଲା ।

ତେଣୁ ତାଙ୍କୁ ନିଲମ୍ବନ ପରବର୍ତୀ ସମୟରେ ବହିଷ୍କାର କରାଯାଇଥିଲା । ପିପିଲି ଘଟଣାକୁ ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚଚ ଅଧିକାରୀ ତାଙ୍କ କର୍ତବ୍ୟ ଓ ତଦନ୍ତରେ ଅବହେଳା କରିଥିବାରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଲା । ତେଣୁ ତାଙ୍କ ବିରୁଦ୍ଧରେ କାହିଁକି ହେବ ନାହିଁ ଆଇନଗତ କାର୍ଯ୍ୟାନୁଷ୍ଠାନ । ପିପିଲି ଗଣଦୁଷ୍କର୍ମ ମାମଲାର ପୁନଃ ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯିବା ପାଇଁ ଦାବି କରିଛି କଂଗ୍ରେସ ।

Related Posts