ଓଡିଶାରେ ପହଂଚିଲେ ରାହୁଲ

ସତ୍ୟପାଠ ବ୍ୟୁରୋ : ଓଡିଶାରେ ପହଂଚିଲେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୧୧ଟାରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି । ସେଠାରେ ତାଙ୍କୁ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ ବିରୋଧୀ ଦଳ ନେତା ନରସିଂହ ମିଶ୍ର , ଜୟଦେବ ଜେନା. ରଂଜୀବ ବିଶ୍ୱାଳ, ପ୍ରସାଦ ହରିଚନ୍ଦନ, ଶରତ ରାଉତ, ଚିରଂଜୀବି ବିଶ୍ୱାଳ , ଭକ୍ତ ଦାସ ଓ ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ରହି ରାହୁଲଙ୍କୁ ସ୍ୱାଗତ କରିଥିଲେ ।

ଏହାପରେ ରାହୁଲ ମେ ଫେୟାର ଅଭିମୁଖେ ଗସ୍ତ କରିଛନ୍ତି । ସେଠାରେ ସେ ବୁଦ୍ଧିଜୀବି ମାନଙ୍କ ସହ ଏକ ବୈଠକରେ ଯୋଗଦେବେ । ଅପରାହ୍ନ ୨.୩୦ରେ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡିୟମ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ ରାହୁଲ । ଏଆଇସିସ ଅଧ୍ୟକ୍ଷ ହେବା ପରେ ଏହା ହେଉଛି ରାହୁଲ ଗାନ୍ଧୀଙ୍କର ପ୍ରଥମ ଓଡିଶା ଗସ୍ତ । ତେଣୁ ଏହି ଗସ୍ତକୁ ନେଇ ଉତ୍ସାହିତ ହୋଇଛି ରାଜ୍ୟ କଂଗ୍ରେସ । ଏପରିକି ତିନିଟି ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିବାରୁ ରାହୁଲଙ୍କ ଗସ୍ତ ରାଜ୍ୟ ରାଜନୀତିରେ ମଧ୍ୟ ପ୍ରଭାବ ପକାଇବ ବୋଲି ରାଜ୍ୟ କଂଗ୍ରେସ ଆଶା ରଖିଛି ।

Related Posts