ରାହୁଲଙ୍କ ମାନବିକତା

ତଳେ ପଡିଯାଇଥିବା କ୍ୟାମେରାମ୍ୟାନଙ୍କୁ ଉଠାଇଲେ, କହିଲେ ଟେକ୍ କେୟାର

ସତ୍ୟପାଠ ବ୍ୟୁରୋ : ମାନବକିତା ଦେଖାଇଲେ ରାହୁଲ ଗାନ୍ଧୀ । ଭିଡିଓ ରେକର୍ଡିଂ କରୁଥିବା ଜଣେ କ୍ୟାମେରାମ୍ୟାନ ତଳେ ପଡିଯିବା ବେଳେ ନିଜେ ରାହୁଲ ତାଙ୍କୁ ଉଠାଇଛନ୍ତି । ଯାହା କେବଳ ପଡିଯାଇଥିବା କ୍ୟାମେରାମ୍ୟାନ ନୁହଁନ୍ତି ବରଂ ଉପସ୍ଥିତ ଅନ୍ୟମାନଙ୍କୁ ମଧ୍ୟ ସ୍ତମ୍ଭୀଭୁତ କରିଦେଇଥିଲା ।

ଭୁବନେଶ୍ୱରରେ ରାହୁଲ ପହଂଚିବା ପରେ ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଜଣାଉଥିଲେ । ଠିକ ଏହି ସମୟରେ ଭିଡିଓ ରେକଡିଂ କରୁଥିବା ଜନୈକ କ୍ୟାମେରାପ୍ୟାନ ପଛୁଆ ପଛୁଆ ଆସି ରାସ୍ତା ତଳକୁ ଖସି ପଡିଥିଲେ । ହଠାତ ରାହୁଲ ରାସ୍ତା ତଳକୁ ଓହ୍ଲାଇ କ୍ୟାମେରାମ୍ୟାନଙ୍କୁ ଉଠାଇ ତାଙ୍କ ଦେହରୁ ବାଲି ଝାଡି ଦେଇଥିଲେ ।

ବଡକଥା ହେଲା, ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ବି ପ୍ରଥମେ ରାହୁଲ ହିଁ ସେହି କ୍ୟାମେରାମ୍ୟାନଙ୍କୁ ଉଠାଇବାକୁ ଦୌଡି ଆସି ତଳୁ ଉଠାଇଥିଲେ । କ୍ୟାମେରାମ୍ୟାନ ଜଣକ ରାହୁଲଙ୍କୁ ଥ୍ୟାଙ୍କ୍ସ ବୋଲି କହିଥିବା ବେଳେ ରାହୁଲ ଟେକ୍ କେୟାର କହି ଆଗକୁ ଯାଇଥିଲେ । ଏହି ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳିତ କରି ଦେଇଥିଲା ।

Related Posts