ଜାମ୍ମୁ-କାଶ୍ମୀରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ସତ୍ୟପାଠ ବ୍ୟୁରୋ(ଭୁବନେଶ୍ୱର): ଜାମ୍ମୁ-କାଶ୍ମୀରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ହେଲିକପ୍ଟରଟି ଜାମ୍ମୁ-କାଶ୍ମୀରର ଉଦ୍ଧମପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଅତ୍ୟଧିକ କୁହୁଡ଼ି ଫଳରେ ଏହି ଦୁର୍ଘଟଣା ହୋଇଥିବାର ଅନୁମାନ କରାଯାଉଛି । ପ୍ରବଳ କୁହୁଡ଼ି ଫଳରେ ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟରକୁ ଖୋଜିବା ଭାରତୀୟ ସେନା ପାଇଁ କଷ୍ଟକର ହୋଇପଡ଼ିଥିଲା । ତେବେ ସ୍ଥାନୀୟ ଲୋକେ ପାଇଲଟ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଉଭୟଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଥିଲା ।

ଅନ୍ୟପଟେ ଉଦ୍ଧମପୁରର ଡିଆଇଜି ସୁଲେମାନ ଚୌଧୁରୀ କହିଛନ୍ତି ଯେ, ପୁଲିସ ସୂଚନା ପାଇବା ପରେ ପୁଲିସ ଟିମକୁ ଶିବ ଗର ଧରକୁ ପଠାଯାଇଛି। ଖରାପ ପାଗ ଯୋଗୁଁ ସେନା ହେଲିକପ୍ଟର ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ତେବେ ଚପରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ନା ପାଇଲଟ ଏହାକୁ ‘କ୍ରାସ ଲ୍ୟାଣ୍ଡିଂ’ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ପୂର୍ବରୁ ଅଗଷ୍ଟ ୩ରେ ଜମ୍ମୁ-କଶ୍ମୀରର କଠୁଆର ରଣଜିତ ସାଗର ଡ୍ୟାମ ହ୍ରଦରେ ଭାରତୀୟ ସେନାର ଆଉ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Related Posts