ବିରଞ୍ଚି ସାହୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସତ୍ୟପାଠ ବ୍ୟୁରୋ(ଭୁବନେଶ୍ୱର): ଷ୍ଟାଫ ସିଲେକ୍ସନ ଦୁର୍ନୀତି ଅଭିଯୋଗରେ ଗରିଫ ହୋଇଥିବା ବିରଞ୍ଚି ନାରାୟଣ ସାହୁଙ୍କୁ ଜାମିନ ମିଳିଥିବାର କଥା ସାମ୍ନାକୁ ଆସିଛି । ତେବେ ବିରଞ୍ଚିକୁ ଓଡ଼ିଶା ହାଇକୋର୍ଟ ସତ୍ତମୂଳକ ଜାମିନ ଦେଇଥିବାର ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ତଦନ୍ତକାରୀ ଅଧିକାରୀ ଯେତେବେଳେ ଚାହିଁବେ ତାଙ୍କ ନିକଟରେ ପହଞ୍ଚିବେ। ତଦନ୍ତରେ ବିରଞ୍ଚି ସମସ୍ତ ପ୍ରକାର ସହାୟତା କରିବେ ।

କୌଣସି ପ୍ରମାଣ ନଷ୍ଟ କରିବାର ଉଦ୍ୟମ କରିବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି । କିଛି ଦିନ ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିରଞ୍ଚି ନାରାୟଣଙ୍କୁ ଭିଜିଲାନ୍ସ ଗିରଫ କରିଥିଲା ।

Related Posts