ତମାଖୁଠାରୁ ବି ଅଧିକ ଭୟାନକ ଦୂଷିତ ବାୟୁ, ICMR ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା

ଦୂଷିତ ବାୟୁ ଫଳରେ ଲୋକେ ଡାଏବେଟିସ୍‌ରୁ ନେଇ କ୍ୟାନସରରେ ପଡୁଛନ୍ତି । ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ଖୁଲାସା ଅନୁସାରେ, ପ୍ରଦୂଷିତ ବାୟୁ ମଣିଷର ଜୀବନ ନେଉଛି, ଯାହା ତମାଖୁଠାରୁ ଅନେକ ଗୁଣରେ ଅଧିକ ବିପଜ୍ଜନକ ।

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଗତ କିଛି ମାସ ହେଲା ଲଗାତାର ଖବର ଆସୁଛି । ଏବେ ବାୟୁ ପ୍ରଦୂଷଣ ସମସ୍ୟା କେବଳ ଦିଲ୍ଲୀରେ ନୁହେଁ ସାରା ଦେଶରେ ଉତ୍କଟ ହେଲାଣି । ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ କରିଛି ଏକ ଚମକାଇବା ଭଳି ଖୁଲାସା । ଯେଉଁଥିରେ କୁହାଯାଇଛି ଯେ ବିଷାକ୍ତ ବାୟୁ ତମାଖୁଠାରୁ ମଧ୍ୟ ଜୀବନ ନାଶକ ।

ତମାଖୁ ସେବନ ଦ୍ବାରା ଯେତିକି ସଂଖ୍ୟାରେ ଲୋକ ଜୀବନ ନାଶକ ରୋଗରେ ପୀଡ଼ିତ ହେଉଛନ୍ତି ତାଠାରୁ ଅଧିକ ସଂଖ୍ୟାରେ ଲୋକ ବାୟୁ ପ୍ରଦୂଷଣ ଫଳରେ ମାରାତ୍ମକ ରୋଗର ଶିକାର ହେଉଛନ୍ତି ।

ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ଖୁଲାସା ଅନୁସାରେ, ପ୍ରଦୂଷିତ ବାୟୁ ମଣିଷର ଜୀବନ ନେଉଛି, ଯାହା ତମାଖୁଠାରୁ ଅନେକ ଗୁଣରେ ଅଧିକ ବିପଜ୍ଜନକ । ICMRର ଏହି ରିପୋର୍ଟରେ କୁହାଯାଇଛି ଯେ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି 1 ଲକ୍ଷ ଲୋକଙ୍କ ମଧ୍ୟରୁ 49 ଜଣ ଫୁସ୍‌ଫୁସ୍‌ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି । କରାଯାଇଥିବା ସର୍ଭେକ୍ଷଣରେ ପ୍ରତି 1 ଲକ୍ଷ ଲୋକଙ୍କୁ ଯେଉଁ ପରିସଂଖ୍ୟାନ ପ୍ରକାଶ କରାଯାଇଛି 62 ଜଣ ଲୋକ ତମାଖୁ ଯୋଗୁଁ ଫୁସ୍‌ଫୁସ୍‌ କ୍ୟାନସରର ଶିକାର ହେଉଛନ୍ତି ।

195 ଜଣ ଲୋକଙ୍କୁ ପ୍ରଦୂଷଣ ଯୋଗୁଁ ଡାଏବେଟିସ୍‌ ହେଉଥିବାବେଳେ ତମାଖୁ ଫଳରେ 95 ଜଣ ଲୋକ ଡାଏବେଟିସ୍‌ର ଶିକାର ହେଉଛନ୍ତି । ଦୂଷିତ ବାୟୁ ଫଳରେ 667 ଜଣ ଲୋକ ହୃଦରୋଗର ଶିକାର ହେଉଛନ୍ତି। ଅନ୍ୟପଟେ ତମାଖୁ ଫଳରେ 587 ଜଣ ଲୋକ ହୃଦୟ ସହ ସମ୍ପର୍କିତ ରୋଗରେ ପଡୁଛନ୍ତି ।

ଗବେଷଣାରେ ପ୍ରଦୂଷିତ ବାୟୁ ଓ ତମ୍ବାଖୁ ମଧ୍ୟରେ ତୁଳନା କରି କୁହାଯାଇଛି, ଯେତେବେଳେ କେହି ଲୋକ ତମାଖୁ ସେବନ କରେ, ସେହି ସମୟରେ ହିଁ ସେ ଏହାଦ୍ବାରା ପ୍ରଭାବିତ ହୁଏ । କିନ୍ତୁ ପ୍ରଦୂଷିତ ବାୟୁରେ ମଣିଷ ଯେତେଥର ପ୍ରଶ୍ବାସ ନିଏ, ତା ଫଳରେ ସେତେ ଥର ମଣିଷ ଶରୀର କ୍ଷତିଗ୍ରସ୍ତ ହୁଏ । ବାୟୁରେ ପିଏମ୍‌ 2.5ର ସ୍ତର ବିପଜ୍ଜନକ ଥିବା କୁହାଯାଇଛି, ଯାହା ମଣିଷର ଶତ୍ରୁ ।

Related Posts