ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ଉଡିବ ବିମାନ

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜିଠୁ କୋଲକାତାକୁ ଏଲାଏନ୍ସ ଏୟାର ବିମାନ ସେବା ଆରମ୍ଭ ହେଉଛି ।

ଦୀର୍ଘ ଦିନର ଆଶା ପୂରଣ ହୋଇଛି । ଆଜିଠାରୁ ଏଲାଏନ୍ସ ଏୟାର ବିମାନ କୋଲକାତା ବିମାନବନ୍ଦରରୁ ଦିନ ୧୧ ଟା ୪୫ ମିନିଟରୁ ଆସି ୧ଟା ୧୫ ମିନିଟରେ ଝାରସୁଗୁଡ଼ାରେ ପହଂଚିବ । ଝାରସୁଗୁଡ଼ାରୁ ଦିନ ୧ ଟା ୪୫ରୁ ଛାଡ଼ି ପୁଣି ୩ଟା ୧୫ ମିନିଟରେ କୋଲକାତାରେ ପହଂଚିବ ।

ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୧ ରେ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିମାନ ଚଳାଚଳ ନେଇ ଲୋକସେବା ଭବନରେ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ବୈଠକ ବସିଥିଲା । ସେହି ବୈଠକରେ ବିମାନବନ୍ଦରରୁ ଆଉ ୨ଟି ନୂଆ ସହର ତଥା କୋଲକାତା ଏବଂ ବାଙ୍ଗାଲୁରୁକୁ ବିମାନ ଉଡ଼ାଣ ପାଇଁ ନିଷ୍ପତି ହୋଇଥିଲା ।

Related Posts