ମନ୍ତ୍ରୀଙ୍କୁ ଭାରି ପଡ଼ିଲା ଚପଲ

(ସତ୍ୟପାଠ ବ୍ୟୁରୋ) କେନ୍ଦୁଝର: ନବୀନଙ୍କ ନାକ କାଟିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଯୁବକଙ୍କ ହାତରେ ଚପଲ ବୁହାଇଲେ ମନ୍ତ୍ରୀ । କ୍ଷମତା ମିଳିଗଲେ ବା ମନ୍ତ୍ରୀ ହୋଇଗଲେ କିଭଳି ମିଜାଜ ବଦଳିଯାଏ ତାହାର ଲଜ୍ଜାଜନକ ଉଦାହରଣ ହେଉଛନ୍ତି ପଦ୍ମନାଭ ।

  • ମଞ୍ଚରେ ମହାଲଜ୍ଜା, ମନ୍ତ୍ରୀଙ୍କୁ ଭାରି ପଡ଼ିଲା ଚପଲ

  • ନବୀନଙ୍କ ନାକ କାଟିଲେ ପଦ୍ମନାଭ

  • ଯୁବକଙ୍କ ହାତରେ ଚପଲ ବୁହାଇଲେ ମନ୍ତ୍ରୀ

  • ନବୀନ କହୁଛନ୍ତି ଲୋକେ ମାଲିକ, କିନ୍ତୁ ମନ୍ତ୍ରୀ ଭାବୁଛନ୍ତି ସେ ମହାମାଲିକ

  • ଜନତା ମାଲିକ ହେଲେ ମନ୍ତ୍ରୀ ମହାମାଲିକ

ମନ୍ତ୍ରୀଙ୍କୁ ଭାରି ପଡ଼ିଲା ଚପଲ

ଯେତେବେଳେ ଜଣେ ନେତା ମନ୍ତ୍ରୀ ହୁଅନ୍ତି ତାଙ୍କୁ କାମ କରିବାକୁ ଡ୍ରାଇଭର, ସିକ୍ୟୁରିଟି, ପଏସ୍‌ଓ, ସେକ୍ରେଟାରୀ ସବୁ ମିଳିଥାନ୍ତି । ସେତେବେଳେ ନିଜ ଚପଲ ବି ମନ୍ତ୍ରୀଙ୍କୁ ଭାରି ପଡ଼ିଯାଏ

ଜଣେ ଯୁବକଙ୍କ ହାତରେ ଚପଲ ବୁହାଇ ଏହା ପ୍ରମାଣିତ କରିଛନ୍ତି ପଦ୍ମନାଭ । ଯଦି ସେ ଦୁର୍ବଳ କି ଅସୁସ୍ଥ ହୋଇଥାନ୍ତେ ତା’ ହେଲେ କଥା ଅଲଗା ହୋଇଥାନ୍ତା । କିନ୍ତୁ ମନ୍ତ୍ରୀ ସମ୍ପୂର୍ଣ୍ଣ ଫିଟ୍‌ ଥାଇ ସର୍ବସାଧାରଣ ସଭାରେ ତାହା ପୁଣି ସାଧାରଣତନ୍ତ୍ର ଦିବସର ମଞ୍ଚ ଉପରେ ଯୁବକଙ୍କ ହାତରେ ଚପଲ ବୁହାଇଲେ ଏବଂ ସେହି ଯୁବକ ମନ୍ତ୍ରୀଙ୍କ ଗୋଡ଼ ତଳେ ନେଇ ଚପଲ ରଖିଲେ । ଗତକାଲି ଏଭଳି ଲଜ୍ଜଜନକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ପରେଡ ଉତ୍ସବରେ। ଏଭଳି ଘଟଣା ସମସ୍ତ ସମ୍ନାରେ ହୋଉଥିଲା, ଆଉ କ୍ୟାମେରା ଓ ହଜାର ହଜାର ଲୋକ ସବୁ ଦେଖୁଥିଲେ । ମଞ୍ଚଠାରୁ ମାତ୍ର କେଇ ହାତ ଦୂରରେ ଥିଲା ପରେଡ ପେଣ୍ଡାଲ ହେଲେ ସେଠାକୁ ଯିବାକୁ ମନ୍ତ୍ରୀଙ୍କ ଖାଲି ପାଦ ଲୋଡ଼ିଥିଲା ଜଣେ ଯୁବକଙ୍କ ହାତର ସହଯୋଗ ।

କେହି ବୋହି ନାହାନ୍ତି ଚପଲ: ମନ୍ତ୍ରୀ

ଦୁର୍ଭାଗ୍ୟର କଥା ଏଭଳି ଘଟଣା ସଭ୍ୟ ସମାଜକୁ ଯେତିକି ଲଜ୍ଜିତ କର ନଥିଲା ତାଠାରୁ ଅଧିକ ଲଜ୍ଜିତ କରିଛି ମନ୍ତ୍ରୀଙ୍କ ବେହୁଦା ମନ୍ତବ୍ୟ । ଏସମସ୍ତ ଘଟଣା ସମସ୍ତଙ୍କ ସମ୍ନାରେ ହୋଇଥିଲା ଏହାର ଭିଡିଓ ବି କ୍ୟାମେରାରେ କଏଦ ହୋଇଥିଲେ ବି ମନ୍ତ୍ରୀ ସବୁ ଲାଜ ସରମକୁ ଖାଇ ଦେଇ କହିଲେ ସେଭଳି କିଛି ହୋଇନି, କେହି ଚପଲ ବୋହି ନାହାନ୍ତି । କଥା ଏତିକିରେ ସରିନଥିଲା ବଂର ନିଜେ ବାହାଦୂରୀ ମାରିବାକୁ ଯାଇ ମନ୍ତ୍ରୀ କହିଲେ ଚପଲ ପିନ୍ଧିକି ଜାତୀୟ ପତାକା ଉତ୍ତୋଳନ କରିବା ଉଚିତ ନୁହେଁ ତେଣୁ ସେ ଖାଲି ପାଦରେ ପତାକା ଉତ୍ତୋଳନ କରିଛନ୍ତି ।

ଗୋଟେ ପଟେ ନବୀନ କହୁଛନ୍ତି ସାଧାରଣ ଲୋକ ହେଉଛନ୍ତି ଆମ ମାଲିକ । ସେପଟେ ମନ୍ତ୍ରୀ ନିଜକୁ ମହାମାଲିକ ଭଳି ବ୍ୟବହାର କାରୁଛନ୍ତି ।  ଏଥିରୁ ଲାଗୁଛି ବୋଧେ ନବୀନ ବାବୁ ଲୋକଙ୍କ ଆଗରେ ଗୋଟିଏ ଏବଂ ତାଙ୍କ ମନ୍ତ୍ରୀଙ୍କ କାନରେ ଆଉ ଗୋଟିଏ କଥା କହିଛନ୍ତି । ତାହା ହେଲା ଜନତା ମାଲିକ, ମନ୍ତ୍ରୀ ମହାମାଲିକ ।
Related Posts