କିଡନୀ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି: କଟିବ ଆପୋଲୋର ଲାଇସେନ୍ସ !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କିଡନୀ ପ୍ରତ୍ୟାରୋପଣ ମାମଲାରେ କଟିପାରେ ଆପୋଲୋ ହସ୍ପିଟାଲର ଲାଇସେନ୍ସ। ଏନେଇ ଆଜି ହାଇକୋର୍ଟରେ ହେବ ଶୁଣାଣି। କାହିଁକି ଓ କେଉଁ ପରିସ୍ଥିତିରେ ପ୍ରତ୍ୟରୋପଣ ନାଁ ରେ କିଡନୀ ଚୋରି ଅଭିଯୋଗ ଆସିଲା ଆଉ ଜାତୀୟ ମାନବଧିକାର କମିଶନ କାହିଁକି ହସ୍ପିଟାଲର ଲାଇସେଙ୍କ ରଦ୍ଦ କରିବାକୁ କହିଲେ ତାହା ଉପରେ ଆଜି ଶୁଣାଣି କରିବେ କୋର୍ଟ।

ପୂର୍ବରୁ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କିଡନି ଚୋରିକୁ ନେଇ ଆପୋଲୋ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତିକୁ କମିସନ ଖାରଜ କରିବା ସହ ଜାନୁଆରୀ 25 ସୁଦ୍ଧା ମେଡିକାଲର ପଞ୍ଜିକରଣ ରଦ୍ଦ କରି ପୀଡିତଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ମୁଖ୍ୟସଶନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସରକାର ଏଯାବତ ଆପୋଲୋ ବିରୋଧରେ କୌଣସି ପଦକ୍ଷେପ ନେଲେ ନାହିଁ।

ସୂଚନାନୁଯାୟୀ, ୨୦୧୩ରେ ବରଗଡ ଜିଲ୍ଲାର ଅନିଲ୍ କୁମାର ସ୍ୱାମୀଙ୍କ କିଡନୀକୁ ବେଆଇନ ଭାବେ ତାଙ୍କ ପଡୋଶୀ ରାଘବ ରାମ ଦୋରାଙ୍କ ଠାରେ ଆପୋଲ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା । ଯାହା ସଂପୂର୍ଣ୍ଣ ଭାବେ ବେଆଇନ ଭାବେ କରାଯାଇଥିଲା ।  ଏନେଇ ୨୦୧୬ ମସିହା ଜାନୁଆରି ୩ତାରିଖରେ ଅନୀଲ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେହି ମାସ ୫ ତାରିଖରେ ମାନବାଧିକାରୀ କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ୱାସ୍ଥ୍ୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ଏ ନେଇ ରିପୋର୍ଟ ତଲବ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ଏହି କିଡନୀ ପ୍ରତ୍ୟାରୋପଣ ବେଆଇନ ବୋଲି ଜାଣିବା ପରେ କମିଶନ ଗତ ଅଗଷ୍ଟ ମାସରେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଏହି ବେଆଇନ କାର୍ଯ୍ୟ ପାଇଁ ଆପୋଲୋ ହସ୍ପିଟାଲ୍ ରେଜିଷ୍ଟ୍ରେସନ ରଦ୍ଦ କରିବା ସହିତ ପିଡିତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ।

ସେପଟେ ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ କହିବା କଥା ଟ୍ରାନସପ୍ଲାଂଟେସନ୍ ଅଫ୍ ହ୍ୟୁମାନ ଅର୍ଗାନ୍ ଓ ଟିସୁ ଆକ୍ଟ ୧୯୯୪ର ଧାରା ୧୬ ଅନୁସାରେ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପାଇଁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପିଡିତଙ୍କୁ ଛଅ ସପ୍ତାହ ମଧ୍ୟରେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ମଧ୍ୟ କମିଶନ କହିଥିଲେ। ଏହି ନିର୍ଦ୍ଦେଶ ପାଳନ କରାଯାଇନଥିବାରୁ ମାନବାଧିକାର ସୁରକ୍ଷା ଆଇନ, ୧୯୯୩ ଧାରା ୧୩କୁ ଗୁରୁତ୍ୱର ସହ ନେଇ ମାନ୍ୟବର ହାଇକୋର୍ଟ ଉଚିତ ରାୟ ଦେବେ।

Related Posts