ମୁମ୍ବାଇର ଶିବାଜୀ ପାର୍କ ଠାରେ ୨୦ ବେଡ ବିଶିଷ୍ଟ କୋଭିଡ ଆଇସିୟୁ ପ୍ରତିଷ୍ଠା ପାଇଁ ଅଜୟ ଦେବଗନଙ୍କ ଆର୍ଥିକ ସହାୟତା

ajaya devgan

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସମଗ୍ର ଦେଶ ମହାମାରୀ କରୋନା ସହ ଲଢୁଛି । ଦିନକୁ ଦିନ ସଂକ୍ରମତିଙ୍କ ସଂଖ୍ୟା ବଢିବା ସହ ଅକ୍ସିଜେନ ସମସ୍ୟା ମଧ୍ୟ ବଢିବାରେ ଲାଗିଛି । ଡାକ୍ତରଖାନାରେ ଅମ୍ଳଜାନ ସିଲିଣ୍ଡର ଏବଂ ଶଯ୍ୟା ଅଭାବ ହେତୁ ଅନେକ ଲୋକ ପରିବାର ଏବଂ ବନ୍ଧୁଙ୍କୁ ହରାଇଛନ୍ତି । ଏପରି ମୁହୁତ୍ତରେ ସାହାଯଁର ହାତ ବଢାଇଛନ୍ତି ବଲିଉଡ ଅଭିନେତା ଅଜୟ ଦେବଗନ । ତେବେ ଅଜୟ କୋଭିଡ ରୋଗୀମାନଙ୍କ ପାଇଁ ୨୦ ଶର୍ଯ୍ୟା ବିଶିଷ୍ଟ ଆଇସିୟୁ ସ୍ଥାପନ କରିଛନ୍ତି । ଏନେଇ ମୁମ୍ବାଇ ମୁନିସିପାଲଟି କର୍ପୋରେଶନଙ୍କ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଅଜୟଙ୍କ ପୂର୍ବର ଅଭିନେତା ଅକ୍ଷୟ କୁମାର ଗୌତମ ଗମ୍ଭୀର ଫାଉଣ୍ଡେସନକୁ ୧କୋଟି ଟଙ୍କା ପ୍ରଦାନ କରିଥିଲେ । ଅନ୍ୟପଟେ ଅକ୍ଷୟ କୁମାର ଓ ତାଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ୧୦୦ ଅମ୍ଳଜାନ ଏକାଗ୍ରତା ବ୍ୟବସ୍ଥା କରିବାରେ ସଫଳ ହୋଇଛନ୍ତି ।

Related Posts