ବଲିଉଡ୍ ଅଭିନେତ୍ରୀ ସୋନମ କପୁରଙ୍କ ଘରୁ ଚୋରି ଘଟଣା: ଧରା ପଡିଲା ଚୋର

ମୁମ୍ୱାଇ: ପୋଲିସ ହାତରେ ଲାଗିଲା ଚୋର । ଚୋର ସ୍ବାମୀ ଓ ସ୍ତ୍ରୀକୁ ଗିରଫ କଲା ପୋଲିସ । ବଲିଉଡ୍ ଅଭିନେତ୍ରୀ ସୋନମ କପୁରଙ୍କ ଦିଲ୍ଲୀ ସ୍ଥିତ ଶ୍ୱଶୁର ଘରୁ ଚୋରି ହେବା ଘଟଣାରେ ପୁଲିସ ଆଜି ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ଗିରଫ ମହିଳା ଅପର୍ଣ୍ଣା ରୁଥ ୱିଲ୍‌ସନ ସୋନମଙ୍କ ଶାଶୂଙ୍କ ଦେଖାରେଖା କରିବା ପାଇଁ ତାଙ୍କ ଘରେ କାମ କରୁଥିଲା। ତାଙ୍କ ସ୍ୱାମୀ ନରେଶ କୁମାର ସାଗର ଏକ ଘରୋଇ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି।

ନର୍ସ ଜଣଙ୍କ ସୋନମଙ୍କର ଦିଲ୍ଲୀର ଅମ୍ରିତା ଶେର୍ଗୀଲ୍ ମାର୍ଗ ସ୍ଥିତ ଘରୁ ୨.୪ କୋଟି ଟଙ୍କାର କ୍ୟାସ୍ ଓ ସୁନାଗହଣା ଚୋରି କରିଥିବାର ଅଭିଯୋଗ ହୋଇଛି। ତାଙ୍କ ସହିତ ତାଙ୍କ ସ୍ୱାମୀ ଏହି କାର୍ଯ୍ୟରେ ଲିପ୍ତ ଥିବା ସନ୍ଦେହ କରି ପୁଲିସ ତାକୁ ମଧ୍ୟ ଗିରଫ କରିଛି। ମଙ୍ଗଳବାର ଦିଲ୍ଲୀ ପୁଲିସ ଉଭୟଙ୍କ ଗିରଫ କରିଥିବା ସୂଚନା ମିଳିଛି ।

ଗିରଫ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ସେମାନେ କାହିଁକି ଓ କିପରି ଚୋରି କରିଥଲେ, ସେନେଇ ସବିଶେଷ ତଥ୍ୟ ଉଭୟଙ୍କ ଠାରୁ ଆଦାୟ କରିଛି ପୋଲିସ ।

ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତ୍ରୀ ସୋନମ କପୁରଙ୍କ ଘରୁ ଚୋରି ହୋଇଥିବା ନେଇ ତାଙ୍କ ଶାଶୁ ମା ଥାନା ରେ ଅଭିଯୋଗ କରିଥଲେ । ପରେ ପୋଲିସ ଘରେ କାମ କରୁଥିବା ସନସ୍ତ କର୍ମଚାରୀ ଓ ସିସିଟିଭି ଫୁଟେଜ କୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିଲା।

Related Posts