କେନ୍ଦ୍ର ସରକାର ଅମ୍ଲଜାନ ଓ ଟୀକାରେ ଅର୍ଥ ଖର୍ଚ୍ଚ କରନ୍ତୁ , ପ୍ରଚାର ଓ ବିଜ୍ଞାପନରେ ନୁହେଁ ; ରାହୁଲ ଗାନ୍ଧୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ପରିଚାଳନାକୁ ନେଇ ମୋଦୀ ସରକରାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି , “କେନ୍ଦ୍ର ସରକାର ପ୍ରଚାର ଓ ବିଜ୍ଞାପନ ପରିବର୍ତ୍ତେ କରୋନା ଟିକା ,ଅକ୍ସିଜେନ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦିଅନ୍ତୁ ।” ସେ ଟୁଇଟ କରି ଚେତାବନୀ ଦେଇଛନ୍ତି ଯେ , ଆଗାମୀ ଦିନରେ ଏହି ସଙ୍କଟ ଆହୁରି ଗମ୍ଭୀର ରୂପ ନେବ । ଏହାର ମୁକାବିଲା ପାଇଁ ଦେଶ ପ୍ରସ୍ତୁତ ରହିବାକୁ ହେବ । ସୂଚନାଯୋଗ୍ୟ , ଭାରତରେ କରୋନାର ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ମାମଲା ତିନି ଲକ୍ଷ ପାର କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ମୁତାବକ , ଗତ ୨୪ ଘଣ୍ଟାରେ ଭାରତରେ ୩,୪୬,୭୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୬୨୪ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଅମ୍ଲଜାନ ଅଭାବରୁ ଦିଲ୍ଳୀର ବିଭିନ୍ନ ହସ୍ପିଟାଲରେ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି ।

Related Posts