ସଂସଦରେ ବର୍ତ୍ତମାନ ଅଖିଳେଶ ଯାଦବ ଅଛନ୍ତି; ଯଦି ଯୋଗୀ ଆମ ନେତାଙ୍କ ବିଷୟରେ କିଛି କୁହନ୍ତି ତାହାଲେ ବନ୍ଧୁକରୁ ଗୁଳି ବାହାରିବ: ଏସପି ବିଧାୟକ ଶହଜିଲ ଇସଲାମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ବରେଲି ଭୋଜପୁରା ବିଧାନସଭାର ସମାଜବାଦୀ ପାର୍ଟିର ବିଧାୟକ ଶହଜିଲ ଇସଲାମଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏକ କାର୍ଯ୍ୟକ୍ରମରେ ଦେଇଥିବା ଭାଷଣକୁ ନେଇ ଶହଜିଲ ବେଶ ଚର୍ଚ୍ଚାରେ ରହିଛନ୍ତି । ସେ ତାଙ୍କ ଅଭିଭାଷଣରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶାହାଜିଲ ଇସଲାମ କହିଛନ୍ତି ଯେ “ପୂର୍ବରୁ ଆମର କମ୍ ବିଧାୟକ ଥିଲେ, ତେଣୁ ସିଏମ୍ ଯୋଗୀ ସଦନରେ ବହୁତ ଭଲ ଏବଂ ଖରାପ କହିଥିଲେ । କେବଳ ପାଟିରୁ ଗାଳି କରିନଥିଲେ । ହେଲେ ଅନେକ କଥା ଆମ ଦଳର ନେତାମାନଙ୍କୁ ନେଇ କହିଥିଲେ । ବର୍ତ୍ତମାନ ସଂସଦରେ ଆମ ନେତା ବାବର ଶେର, ଅଖିଳେଶ ଯାଦବ ଉପସ୍ଥିତ ଅଛନ୍ତି। ଯଦି ତାଙ୍କ ପାଟିରୁ ଏକ ଶବ୍ଦ ବାହାରକୁ ଆସେ, ତେବେ ଆମର ବନ୍ଧୁକ ଧୂଆଁ ନୁହେଁ ବରଂ ଗୁଳି ବାହାରିବ ବୋଲି କହିଛନ୍ତି । ଏହା ସହ ଆପଣମାନେ ଆଦୌ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ।

ଯଦି ସେମାନେ ମନମୁଖୀ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତି, ତେବେ ଆମେ ବରେଲି ଭିତରେ ଧର୍ମଘଟ କରିବୁ ବୋଲି ସମାଜବାଦୀ ପାର୍ଟିର ବିଧାୟକ ଶହଜିଲ ଇସଲାମ କହିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ସୋସିଆଲ ମିଡିଆରେ ଏସପି ନେତା ଶାହଜିଲ ଇସଲାମଙ୍କ ଏହି ବିବୃତ୍ତି ଉପରେ ଲୋକମାନେ ବର୍ତ୍ତମାନ ନିଜର ପ୍ରତିକ୍ରିୟା ଦେଉଛନ୍ତି। ପ୍ରବୀଣ ସିଂ ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଏହି ନେତା ଜଣେ ଅପରାଧୀ ହେବେ ନାହିଁ! ଜନସାଧାରଣ ବୁଝିବା ଆବଶ୍ୟକ ଯେ ଏହିପରି ଲୋକଙ୍କୁ କୌଣସି ଦଳ ସମର୍ଥନ କରିବା ଉଚିତ ନୁହେଁ । ସଲମାନ ଗାଜୀ ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ “ବିଧାୟକମାନେ ଗୁଳି ଚଳାଇବା ପାଇଁ ତିଆରି ହୋଇଛନ୍ତି, ସେମାନଙ୍କୁ ଲୋକଙ୍କୁ ସାହାଯ୍ୟ କରିବାକୁ ପଡିବ ନାହିଁ, ତେଣୁ ସେମାନେ ଖାଲି ଉତ୍ତେଜନାମୂଳକ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts