ଅଲକାଇଦା ମୁଖ୍ୟ ଆୟମନ ଅଲ-ଜଓ୍ବାହିରି କାବୁଲରେ ଥିବା ନେଇ କୌଣସି ସୂଚନା ନଥିଲା: ତାଲିବାନ

କାବୁଲ : ଅଲକାଇଦା ମୁଖ୍ୟ ଆୟମନ ଅଲ-ଜଓ୍ବାହିରିକୁ ଆମେରିକା ହତ୍ୟା କରିଥିବା ଦାବି କୁ ନେଇ ତାଲିବାନର ମୁଖପାତ୍ର ସିହେଲ ସାହିନ ଏକ ବଡ଼ ବୟାନ ଦେଇଛନ୍ତି । ସେ କାବୁଲରେ ଥିବା କୌଣସି ସୂଚନା ନଥିଲା । ଏଣୁ ଆମେରିକା ଯେ ଜଓ୍ବାହିରିକୁ ହତ୍ୟା କରିଛି ସେ ନେଇ ତଦନ୍ତ କରାଯାଇଛି । ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି ବୋଲି ତାଲିବାନର ମୁଖପାତ୍ର ସିହେଲ ସାହିନ କହିଛନ୍ତି ।

ଏକ ଭାରତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛି ଯେ, ଅଲ-ଜଓ୍ବାହିରିକୁ ହତ୍ୟା କରିଥିବା ବିଷୟ ଆମେରିକା ଦାବି କରୁଛି । କିନ୍ତୁ ଆମର ନେତୃତ୍ବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇ ନାହାନ୍ତି । ଏହାର ସତ୍ୟତା ଜାଣିବା ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି ।

ଭାରତ ସହ ସମ୍ପର୍କରେ ସେ କହିଛନ୍ତି ଯେ, କାବୁଲରେ ଭାରତୀୟ ଦୂତାବାସ ଖୋଲିବା ଏକ ସକାରାତ୍ମକ ପଦକ୍ଷେପ । ଆମେ ଭାରତ ସହ ଏକ ଗଠନମୂଳକ ଦ୍ବିପାକ୍ଷିକ ସଂପର୍କ ରଖିବାକୁ ଚାହୁଁଛୁ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ ହେଉ ବୋଲି ଆମେ ଚାହୁଁ ।

ଆମେରିକା ଗତ ଜୁଲାଇ ୩୧ରେ ଡ୍ରୋନ ଆକ୍ରମଣ କରି ଅଲ-ଜଓ୍ବାହିରିକୁ ହତ୍ୟା କରିଥିଲା । କାବୁଲର ଏକ ଘରେ ଥିବା ବାଲକୋନିରେ ସେ ବୁଲୁଥିବାବେଳେ ଆମେରିକାର ଡ୍ରୋନରୁ ଏକ ବୋମା ନିକ୍ଷେପ ହୋଇ ତାକୁ ନିପାତ କରିଥିଲା ।

Related Posts