ସ୍ବାଧୀନତା ଦିବସ ଅବସରରେ ଲୋକନୃତ୍ୟ ଶିଳ୍ପୀଙ୍କ ସହ ନାଚିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ

କୋଲ୍‌କାତା: ଆଜି ଦେଶ ପାଳନ କରିଛି 76 ତମ ସ୍ବାଧୀନତା ଦିବସ । ଏହି ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକନୃତ୍ୟ ଶିଳ୍ପୀମାନଙ୍କ ହାତ ଧରି ନୃତ୍ୟ ପରିବେଶଣ କରିଛନ୍ତି।
ଭାରତର ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ କୋଲ୍‌କାତାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉତ୍ତୋଳନ କରାଯାଇଥିବା ଭିଡିଓରେ ଦେଖାଯାଉଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକନୃତ୍ୟ ଶିଳ୍ପୀମାନଙ୍କ ସହିତ ମିଶି ନୃତ୍ୟ କରୁଛନ୍ତି ଏବଂ ପ୍ରଶଂସିତ ହେଉଛନ୍ତି।

ଆଜି ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ତ୍ରିରଙ୍ଗ ପତାକା ଉତ୍ତୋଳନ କରିବା ସହିତ ରାଜ୍ୟ ପୋଲିସର ଗାର୍ଡ ଅଫ୍ ଅନର୍ ନିରୀକ୍ଷଣ କରିଥିଲେ।

ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ବାନାର୍ଜୀ ଲେଖିଛନ୍ତି: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଭାରତ ସ୍ବାଧୀନତାର ସାର ମର୍ମ ଜାଗ୍ରତ କରିବା ଉଚିତ। ଆମେ ଆମ ପୂର୍ବଜଙ୍କ ଦୃଷ୍ଟିଭଙ୍ଗୀ ପ୍ରତି ବିଶ୍ବସ୍ଥ ରହିବା ସହିତ ବଭିଷ୍ୟତ ପିଢ଼ିଙ୍କ କଥା ମନେରେ ରଖିବା ଉଚିତ। ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ।

Related Posts