ମିଳିଲା ଏଏନ୍-୩୨ ବିମାନ : ଓଡିଆ ପାଇଲଟଙ୍କ ସମେତ ୧୩ ମୃତ

ସତ୍ୟପାଠ ବ୍ୟୁରୋ : ମିଳିଲା ନିଖୋଜ ବାୟୁସେନା ବିମାନ ଏଏନ-୩୨ । ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ଏହି ବିମାନର ଗତକାଲି ଭଗ୍ନାବଶେଷକୁ ଠାବ କରାଯାଇଥିବା ବେଳେ ଆଜି ଏନେଇ ସ୍ପଷ୍ଟ କରିଛି ଭାରତୀୟ ବାୟୁସେନା ।

ମୃତକଙ୍କ ମଧ୍ୟରେ ରହିଛନ୍ତି ଗଂଜାମ କବିସୂର୍ଯ୍ୟନଗରର ଓଡିଆ ପାଇଲଟ ସୁନୀତ ମହାନ୍ତି । ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନିତଙ୍କ ସହ ୱିଙ୍ଗ କମାଣ୍ଡର- ଜିଏମ୍ ଚାର୍ଲ୍ସ, ସ୍କ୍ୱାଡେନ୍ ଲିଡର- ଏଚ୍. ବିନୋଦ, ଫ୍ଲାଇଟ୍ ଲେଫ୍ଟନାଂଟ୍- ମୋହିତ ଗର୍ଗ, ଆଶିଷ ତନୱାର, ରାଜେଶ ଥାପା, ଅନୁପ କୁମାର, ସେରିନ, ଏସ୍ କେ ସିଂହ, ପଙ୍କଜ, ପୁତାଲୀ, କେକେ ମିଶ୍ର ଓ ରାଜେଶ କୁମାର ପ୍ରମୁଖ ବିମାନରେ ଥିଲେ। ଆଠ ଜଣିଆ ଉଦ୍ଧାରକାରୀ ଦଳ ଆଜି ସକାଳେ ସେଠାରେ ପହଁଚି ଏହି ଖବର ଭାରତୀୟ ବାୟୁସେନାକୁ ଦେଇଛନ୍ତି ।

Related Posts