ଅବହେଳା ଅଭିଯୋଗ ର ନୂଆ ସଂସ୍କରଣ ‘ବାବୁ ନେଣଦେଣ’

ସତ୍ୟପାଠ ବ୍ୟୁରୋ : ଅବହେଳା ଅଭିଯୋଗକୁ ନବୀନ ବାବୁଙ୍କ ସରକାର ବିଗତ ୨୦ବର୍ଷ ହେଲା କପି ରାଇଟ ଭାବେ ବ୍ୟବହାର କରି ଆସୁଥିଲା । ପ୍ରଶାସନିକ କ୍ଷେତ୍ରରେ କମ୍ ରାଜନୀତିକ ଉଦ୍ଦେଶ୍ୟ ପାଇଁ ଏ ଅବହେଳା ଅଭିଯୋଗକୁ ବେଶୀ ବ୍ୟବହାର କରିଛି ବିଜେଡି ସରକାର । ଆଉ ଏହାର ପ୍ରମୁଖ ସ୍ଲୋଗାନ ହେଲା କେନ୍ଦ୍ର ଅବହେଳା ।

ଯେବେଠୁ ସରକାରରେ ଅଛନ୍ତି , ସେବେଠାରୁ କଥା କଥାକେ କେନ୍ଦ୍ର ଅବହେଳା କହି ଆସୁଛନ୍ତି । ମହାନଦୀ ଠାରୁ ମହାପ୍ରଭୁଙ୍କ କାର୍ଯ୍ୟ ପର୍ଯ୍ୟନ୍ତ ସବୁଠି କେନ୍ଦ୍ର ଅବହେଳା । ଏବେ ଏହାର ଗୋଟିଏ ପାଲଟା ଓ ନୂଆ ସଂସ୍କରଣ ଆସିଯାଇଛି । ଆଉ ସେଇଟା ହେଉଛି ଓଡିଶା , ଓଡିଶା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଭିତରେ ବାବୁ ନେଣଦେଣ ପ୍ରସଙ୍ଗ ।

ଏ ଅଭିଯୋଗଟା କେନ୍ଦ୍ର ସରକାରଙ୍କର ଓଡିଶା ରାଜ୍ୟ ଉପରେ । ସେ ଅଭିଯୋଗଟି ହେଲା, କେନ୍ଦ୍ରକୁ ଯେତିକି ସଂଖ୍ୟକ ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀ ରାଜ୍ୟରୁ ଡେପୁଟେସନରେ ଯିବା କଥା ଓଡିଶା ତାହାୂ ଠାରୁ ବହୁତ କମ୍ ପଠାଉଛି । ଯେଉଁଟା ଉଭୟଙ୍କ ପାଇଁ ଶୁଭଙ୍କର ନୁହେଁ । ଗଲା ତିନିବର୍ଷରେ ମାତ୍ର ୬ଜଣ ଆଇଏଏସ୍ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ବେଳେ ମାତ୍ର ୨୨ଜଣ ଓଡିଶା କ୍ୟାଡର ଆଇଏଏସ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ।

କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଓଡିଆ ଆଇଏଏସ୍ ଅଧିକାରୀ ନ ରହିବା ଫଳରେ କେନ୍ଦ୍ରୀୟ ନୀତି ପ୍ରଣୟନରେ ଓଡିଶା ଅଧିକାରୀଙ୍କ ଯୋଗଦାନ ବିଶେଷ ଭାବେ ରହୁନାହିଁ । ଏହାଛଡା କେନ୍ଦ୍ରୀୟ ଯୋଜନା ପ୍ରଣୟନ ଉପରେ ରାଜ୍ୟର ଆଏଏସମାନେ ବି ବିଶେଷ ଅଭିଜ୍ଞତା ହାସଲ କରି ପାରୁ ନାହାଁନ୍ତି ।

ତେବେ ନବୀନ ବାବୁଙ୍କ ସରକାର କେନ୍ଦ୍ରୀୟ ଡେପୁଟେସନରେ ଓଡିଆ ଅଧିକାରୀଙ୍କୁ କାହିଁକି ପଠାଉ ନାହାଁନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ଦିଲ୍ଲୀ ଦରବାରରେ ଯେତିକି ଓଡିଆ ଆଏଏସ୍ ରହିବେ ତାହା ଓଡିଶା ପାଇଁ ଭଲ । ଫଳରେ ଓଡିଶାରୁ ଯାହା ପ୍ରସ୍ତାବ ଯିବ, ତାହା ତୁରନ୍ତ କାମ ହୋଇ ପାରିବ । ନବୀନ ବାବୁଙ୍କ କେନ୍ଦ୍ରୀ ଅବହେଳା ମୁଦ୍ଦାକୁ ବଂଚାଇ ରଖିବା ପାଇଁ ରାଜ୍ୟ ସରକାର ଏପରି କରୁ ନାହାଁନ୍ତି ତ !

Related Posts