ଅଲ୍ ଇଜ୍ ଓ୍ବେଲ୍..

ଆମେରିକାର ଆକ୍ରମଣରେ ଇରାନର ଲୋକପ୍ରିୟ ନେତା ସୁଲେମାନୀଙ୍କ ମୃତ୍ୟୁର ଦୁଇ ଦିନ ପରେ ରକ୍ତମୁଖା ଇରାନ ପ୍ରତିଶୋଧ ନେବା ଆରମ୍ଭ କରିଛି । ଗତକାଲି ସୁଲେମାନୀଙ୍କ ମର ଶରୀର ଶେଷ ଦର୍ଶନ ପରେ ଅନ୍ତିମ ବିଦାୟ ଦେବାକୁ ଯାଇ ଇରାନର ଲକ୍ଷ ଲକ୍ଷ ଜନତା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସାରା ଦେଶରେ ପ୍ରତିଶୋଧର ନିଆଁ ଜଳୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ଆମେରିକୀୟ ଏୟାର ଵେଶ୍ ଉପରେ ଇରାନ୍ ମିଜାଇଲ୍ ଆକ୍ରମଣ କରିଛି । ଏହି ଆକ୍ରମଣରେ ୨୦ ଜଣ ଆମେରିକୀୟ ସମେତ ୮୦ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହାପରେ ଆମେରିକା ଇରାକ୍ ଇରାନ ଏବଂ ଗଲ୍ଫ ଦେଶ ସମୂହ ଉପରେ ବିମାନ ଉଡାଣ ଉପରେ ରୋକ୍ ଲଗାଇଛି । ଏହାର ପ୍ରଭାବ ମଧ୍ୟ ଭାରତ ପରି ଅନେକ ଦେଶ ଉପରେ ପଡିଛି । ଭାରତ ସରକାର ଇରାକ ଇରାନ ଏବଂ ଗଲ୍ଫ ଦେଶମାନଙ୍କ ଉପରେ ବିମାନ ଉଡାଣ ଉପରେ ସାମୟିକ ରୋକ୍ ଲଗାଇଛନ୍ତି । ନିହାତି ଆବଶ୍ୟକ ନପଡିଲେ ଏ ସମସ୍ତ ଦେଶକୁ ଯିବା ପାଇଁ ସରକାର ବାରଣ କରିଛନ୍ତି । ମଧ୍ୟପ୍ରଚ୍ୟରେ ଦେଖା ଯାଇଥିବା ଅଶାନ୍ତିର ବାତାବରଣ ସମଗ୍ର ବିଶ୍ବ ଉପରେ ଏକ ଭୟ ଓ ଆଶଙ୍କାର କଳା ବାଦଲ ଢାଙ୍କି ଦେଇଥିବା ବେଳେ ଭାରତୀୟ ତୈଳ ବଜାର ଉପରେ ଯଥେଷ୍ଠ ପ୍ରଭାବ ପକାଇଛି । ଏପରିସ୍ଥଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣକୁ ଗମ୍ଭିରତାର ସହ ନେଇଛନ୍ତି । ଯାହା ହେଉଛି ଠିକ୍ ହେଉଛି ଆଉ ଏହାର ପରିଣାମ ମଧ୍ୟ ଠିକ୍ ହେବ ବୋଲି ଚେତାବନୀ ଦେବାକୁ ଯାଇ All is Well ବୋଲି କହିଛନ୍ତି ।

Related Posts