
(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି। ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମ କୋର୍ଟରେ ତଥ୍ୟ ଲୁଚାଯାଇଲା ମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟରେ ଅସନ୍ତୋଷ୍ଟ ବ୍ୟକ୍ତ କଲେ କୋର୍ଟ । ଏହା ସହ ରିପୋର୍ଟକୁ ତର୍ଜମା କରି 2 ସପ୍ତାହ ମଧ୍ୟରେ ସତ୍ୟପାଠ ଜରିଆରେ ଜଣାଇବାକୁ ଆମିକସ କ୍ୟୁରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପରିଚାଳନା କମିଟିର ରିପୋର୍ଟରେ ଅନେକ ତଥ୍ୟ ଦିଆଯାଇନଥିବା କହିଛନ୍ତି ଆମିକସ୍ କ୍ୟୁରି ରଂଜିତ କୁମାର । 4 ସପ୍ତାହ ପରେ ଶ୍ରୀମନ୍ଦିର ସଂସ୍କାର ମାମଲାର ହେବ ପରବର୍ତ୍ତୀ ଶୁଣାଣି । କୁହାଯାଉଛି ମନ୍ଦିର ପ୍ରଶାସନର ତ୍ରୁଟି ଧରାପଡ଼ିଯିବା ଭୟରେ ପରିଚାଳନା କମିଟି ସମ୍ପୂର୍ଣ୍ଣ ରିପୋର୍ଟ କୋର୍ଟଙ୍କ ନିକଟରେ ଦାଖଲ କରିନାହାନ୍ତି ।